ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ । ମନି ଲଣ୍ଡରିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି ।

ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ । ମନି ଲଣ୍ଡରିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି ।

କନକ ବ୍ୟୁରୋ : ଗିରଫ ହେଲେ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ଇଡି । ଏହାସହ ପୁଣିଥରେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ୫ ଦିନ ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡି କରିବ ଆବେଦନ । ଏହାପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି । ଏହି ମାମଲାରେ ଏଯାବତ୍ ୩ ଜଣଙ୍କୁ ଇଡି ଗିରଫ କରିଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିପାରେ ବୋଲି କୁହାଯାଉଛି ।

ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ ଚେହେରାଙ୍କ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । କିନ୍ତୁ ଏଯାବତ୍ ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ କରୁନଥିବା ନେଇ କୋର୍ଟରେ କହିଥିଲେ ଇଡିର ଅଧିକାରୀ । କିନ୍ତୁ ଗଣମାଧ୍ୟମରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଥିଲେ । ସେ ନିର୍ଦ୍ଦୋଷ ଓ ତାଙ୍କୁ ଫଶାଯାଉଛି, ସମୟ ଦେଲେ  ସବୁକିଛି କହିବି । ଯାହା ଓଡ଼ିଶାକୁ ପରିବର୍ତ୍ତନ କରିଦେବ ବୋଲି କହିଥିଲେ ଅର୍ଚ୍ଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe