କ୍ୟାଟ୍ରିନା କୈଫ୍ ଓ ରଣବୀର କପୁରଙ୍କ ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର । ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି ଏହି ଦୁଇ ଷ୍ଟାରଙ୍କ ଅପକମିଙ୍ଗ ଫିଲ୍ମ ଜଗା ଜାସୁସ୍ । ଏହି ଫିଲ୍ମର ରିଲିଜ ଡେଟ୍ ଘୋଷଣା ହୋଇଛି । ଫିଲ୍ମର ସୁଟିଂ କାର୍ଯ୍ୟ ଶେଷ ହୋଇଥିବାବେଳେ ରିଲିଜ ଡେଟକୁ ଅପେକ୍ଷା ଥିଲା । ଯାହାର ଏବେ ଅନ୍ତ ଘଟିଛି ।
୨୦୧୭ ମସିହା ଏପ୍ରିଲ ୭ରେ ରିଲିଜ ହେବ ଫିଲ୍ମ ଜଗା ଜାସୁସ୍ । ରଣବୀର-କ୍ୟାଟ୍ରିନା ବ୍ରେକଅପ୍ କାରଣରୁ ଅନେକ ଥର ଏହି ଫିଲ୍ମର ସୁଟିଂକୁ ବନ୍ଦ ରଖାଯାଇଥିଲା । ରଣବୀର-କ୍ୟାଟ୍ରିନାଙ୍କୁ ଏକାସାଥିରେ ଦେଖିବା ପାଇଁ ୭ ଏପ୍ରିଲ ୨୦୧୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଜଗା ଜାସୁସ୍ ରଣବୀର କପୁରଙ୍କ ହୋମ ପ୍ରଡକସନର ପ୍ରଥମ ଫିଲ୍ମ । ଏହାର ନିର୍ଦ୍ଦେଶକ ଅନୁରାଗ ବାସୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/Jagga-Jasoos1.jpg)
/kanak/media/post_attachments/wp-content/uploads/2016/08/ranbir-kapoor-story-fb_647_010216123621-300x187.jpg)
/kanak/media/post_attachments/wp-content/uploads/2016/08/1-4-300x187.jpg)