କନକ ବ୍ୟୁରୋ: ଜଗା କରୁଛି ମର୍ଣ୍ଣିଂ ୱାକ୍ । କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସାଧାରଣ ଜୀବନଯାପନ କରୁଛି । ଖେଳିବା, ବୁଲିବା ସହ ବାପାଙ୍କ ସହିତ ମର୍ଣ୍ଣିଂ ୱାକରେ ଯାଉଛି । ଏପିରିକି ବାପାଙ୍କ ସହ ବଜାରକୁ ଯାଇ ବିଭିନ୍ନ ଜିନିଷ କିଣାକିଣି କରୁଥିବା ଦେଖିବାକୁ ମିଳିଛି । ଏବେ ଜଗା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର କ୍ୟାବିନରେ ରହୁଛି । ବାପା ମା’ଙ୍କ ସହ ରହୁଥିବା ବେଳେ ଏବେ ତା ମୁଣ୍ଡରେ ଲାଗିଛି ହେଲମେଟ୍ । ହେଲମେଟ୍ ପିନ୍ଧି ସେ ମେଡ଼ିକାଲ ପରିସରରେ ଖେଳା ବୁଲା କରୁଛି ।