ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ରହିବ ଜଗା।

ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ରହିବ ଜଗା।

କନକ ବ୍ୟୁରୋ: ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ୨ ଜଣିଆ ଡାକ୍ତର ଟିମ୍ ସହ ଜଗାକୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି । ଏଥିସହ ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି । ତେବେ ଜଗାର ସ୍ୱାସ୍ଥ୍ୟାବସ୍ଥା ଏବେ କିପରି ଅଛି ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ । ରାଜ୍ୟର ଯୋଡାମୁଣ୍ଡ ଶିଶୁ ଭାବେ ଦୁଇ ଭାଇ ଜଗା-ବଳିଆ ବେଶ ଜଣାଶୁଣା । ଗତ କିଛି ମାସ ତଳେ ଅସୁସ୍ଥ ହୋଇ ବଳିଆ ଆଖିବୁଜିସାରିଛି । ସେମାନଙ୍କ ଭିତରୁ ଏବେ କେବଳ ଜଗା ଜୀବିତ ଅଛି, ଯାହାର ଚିକିତ୍ସା କିଛି ଦିନ ଧରି ଏସସିବି ହସ୍ପିଟାଲରେ କରାଯାଉଥିଲା । ଆଜି ଜଗାକୁ ସ୍ଥାନାନ୍ତର କରାଯାଇ ଫୁଲବାଣୀ ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe