ଫୁଲବାଣୀରେ ପହଂଚିଲା ଜଗା : କଟକ ଏସସିବିରୁ ଡିସଚାର୍ଜ ହେବା ପରେ ଆମ୍ବୁଲାନ୍ସରେ ଫୁଲବାଣୀ ନେଇଥିଲା ୨ ଜଣିଆ ଡ଼ାକ୍ତରୀ ଟିମ୍

ଫୁଲବାଣୀ ମେଡ଼ିକାଲର ସ୍ୱତନ୍ତ୍ର କ୍ୟାବିନରେ ରଖି କରାଯିବ ଚିକିତ୍ସା

75

କନକ ବ୍ୟୁରୋ : ଫୁଲବାଣୀ ଗଲା ଜଗା । ଏସସିବିରୁ ଡ଼ିସଚାର୍ଜ ହୋଇ ଫୁଲବାଣୀ ଯାଇଛି ଜଗା । ୨ଜଣିଆ ଡ଼ାକ୍ତରୀ ଟିମ୍ ଜଗାକୁ ନେଇ ଫୁଲବାଣୀରେ ପଂହଚିଛନ୍ତି । ଏବେ ଫୁଲବାଣୀ ମେଡ଼ିକାଲର ସ୍ୱତନ୍ତ୍ର କ୍ୟାବିନରେ ରହିବ ଜଗା । ୧୦୮ ଆମ୍ବୁଲାନ୍ସରେ ସ୍ୱତନ୍ତ୍ର ଡ଼ାକ୍ତରୀ ଟିମ ସହ କନ୍ଧମାଳ ଯାଇଛି ।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କ  ଅସ୍ତ୍ରୋପଚାର ନେଇ ରାଜ୍ୟ ଖୁବ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର ପରେ ପରସ୍ପର ଠାରୁ ଅଲଗା ହୋଇଥିଲେ ଜଗା ବଳିଆ । ଦିଲ୍ଲୀ ଏମ୍ସରୁ ଆସି କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆ ଆଖି ବୁଜିଥିଲା । ଏବେ ଜଗା ଚିକିତ୍ସା ଚାଲିଛି । ସେ ପୂର୍ବାପେକ୍ଷା ସୁସ୍ଥ ଅଛି । ଆଉ ଦୀର୍ଘ ଦିନ ଧରି ରହିବା ପରେ ଏସସିବିରୁ ଡିସଚାର୍ଜ ହୋଇଛି ଜଗା ।