କନକ ବ୍ୟୁରୋ: ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ୨ ଜଣିଆ ଡାକ୍ତର ଟିମ୍ ସହ ଜଗାକୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି । ଏଥିସହ ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି । ତେବେ ଜଗାର ସ୍ୱାସ୍ଥ୍ୟାବସ୍ଥା ଏବେ କିପରି ଅଛି ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ । ରାଜ୍ୟର ଯୋଡାମୁଣ୍ଡ ଶିଶୁ ଭାବେ ଦୁଇ ଭାଇ ଜଗା-ବଳିଆ ବେଶ ଜଣାଶୁଣା । ଗତ କିଛି ମାସ ତଳେ ଅସୁସ୍ଥ ହୋଇ ବଳିଆ ଆଖିବୁଜିସାରିଛି । ସେମାନଙ୍କ ଭିତରୁ ଏବେ କେବଳ ଜଗା ଜୀବିତ ଅଛି, ଯାହାର ଚିକିତ୍ସା କିଛି ଦିନ ଧରି ଏସସିବି ହସ୍ପିଟାଲରେ କରାଯାଉଥିଲା । ଆଜି ଜଗାକୁ ସ୍ଥାନାନ୍ତର କରାଯାଇ ଫୁଲବାଣୀ ନିଆଯାଇଛି ।
#ଫୁଲବାଣୀ_ଗଲା_ଜଗା
ଏସସିବିରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଜଗା । ୨ ଜଣିଆ ଡାକ୍ତରୀ ଟିମ ସହ ଗଲା ଜଗା । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗା ରହିବ । #Phulbani#Jagapic.twitter.com/dZDR2goPfm— Kanak News (@kanak_news) March 22, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/49.jpg)