ବଳିଆ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, କମୁଛି ସଂକ୍ରମଣ: ଜଗା ପୂରା ଫିଟ୍ ତେଣୁ ସେ ବାପା, ମା’ଙ୍କ ସହ ଘରକୁ ଯାଇପାରିବ ବୋଲି ଡାକ୍ତରୀ ଦଳଙ୍କ ସୂଚନା

Advertisment
ସୁସ୍ଥ ହେଉଛି ହେଲେ ଶୋଇରହୁଛି ବଳିଆ: ଜଗା ପ୍ରଥମରୁ ଭଲ ଅଛି କିନ୍ତୁ ଏଯାଏ ଆରମ୍ଭ ହୋଇନି ତାର ପଢ଼ା

କନକ ବ୍ୟୁରୋ: କଟକ ବଡ଼ ମେଡିକାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବଳିଆର ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ଆସିଛି। ନିମୋନିଆ ବା ସଂକ୍ରମଣ ଧୀରେଧୀରେ କମୁଛି। ତଥାପି ବିଭିନ୍ନ ସମୟରେ ହଠାତ୍ ଜ୍ବର ଆସୁଛି। ତେଣୁ ତାର ଆଣ୍ଟିବାୟୋଟିକରେ କିଛିଟା ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ତାକୁ ଭେଣ୍ଟିଲେଟରରେ ରଖାଯାଉଛି। ଅନେକ ସମୟରେ ବି ସେ ସ୍ବାଭାବିକ ଭାବେ ନିଃଶ୍ବାସ, ପ୍ରଶ୍ବାସ ନେଇପାରୁଛି ବୋଲି ଏସସିବି ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ତଥା ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ଟିମର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

publive-image

ଅନ୍ୟପଟେ ଜଗା କିନ୍ତୁ ଫିଟ୍ ଅଛି। ତେଣୁ ସେ ତା’ ବାପା, ମା’ଙ୍କ ସହ ଘରକୁ ଯାଇପାରିବ ଓ ଏଥିପାଇଁ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଏମ୍ସରେ ବଳିଆର ଶ୍ବାସନଳୀରେ ଛିଦ୍ର କରାଯାଇଥିଲା। ଏଠାରେ ମଧ୍ୟ ସେହି ସମାନ ସ୍ଥାନରେ ଛିଦ୍ର କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଉପାଧ୍ୟାୟ, ଡାକ୍ତର ଜ୍ଞାନରଂଜନ ବେହେରା, ଡାକ୍ତର ସରୋଜ ଶତପଥୀ ପ୍ରମୁଖଙ୍କ ନେତୃତ୍ବରେ ତା’ର ଚିକିତ୍ସା ଚାଲିଛି।

publive-image

କିଛିଦିନ ଭିତରେ ତା’ର ଜ୍ବର କମିଯିବ ବୋଲି ଆଶା କରାଯାଉଛି। ଏମ୍ସ କର୍ତ୍ତପକ୍ଷଙ୍କ ସହ ବିଭିନ୍ନ ସମୟରେ ଭିଡିଓ କନ୍ଫରେନ୍ସିଂରେ ଚିକିତ୍ସା ସଂପର୍କରେ ଆଲୋଚନା କରାଯାଉଛି। ଏପରିକି ହ୍ବାଟ୍ସ୍ ଅପ୍ ଗ୍ରୁପ୍ରେ ମଧ୍ୟ ବଳିଆର ଚିକିତ୍ସା ସଂପର୍କରେ ଆଲୋଚନା ଜାରି ରହିଛି। ଯେହେତୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ସମୟରେ ଟିମରେ ଓଡିଆ ଡାକ୍ତର ଆଶୋକ ମହାପାତ୍ର ଥିଲେ, ତେଣୁ ତାଙ୍କ ସହିତ ଯୋଗାଯୋଗ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe