ଜଗାବଳିଆଙ୍କ ପାଇଁ ଏସସିବିରେ ପ୍ରସ୍ତୁତି: ନ୍ୟୁରୋସର୍ଜରୀ ବିଭାଗରେ ହେବେ ଭର୍ତ୍ତି, ଚିକିତ୍ସା ପାଇଁ ଗଠନ ହେଲା ୬ ଜଣିଆ ଡାକ୍ତରୀ ଦଳ

Advertisment
ଜଗାବଳିଆଙ୍କ ପାଇଁ ଏସସିବିରେ ପ୍ରସ୍ତୁତି: ନ୍ୟୁରୋସର୍ଜରୀ ବିଭାଗରେ ହେବେ ଭର୍ତ୍ତି, ଚିକିତ୍ସା ପାଇଁ ଗଠନ ହେଲା ୬ ଜଣିଆ ଡାକ୍ତରୀ ଦଳ

କନକ ବ୍ୟୁରୋ: ଖୁବଶୀଘ୍ର ଏସସିବିକୁ ଚିକିତ୍ସା ପାଇଁ ଆସିବେ ଜଗା-ବଳିଆ। ଯଦିଓ ଦିଲ୍ଲୀ ଏମ୍ସରୁ କେବେ ଡିସଚାର୍ଜ ହେବେ ଓ କେବେ ଏସସିବିରେ ଭର୍ତ୍ତି ହେବେ, ସେ ନେଇ ସ୍ପଷ୍ଟଭାବେ ଏସସିବି କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ନାହିଁ। ତଥାପି ଏସସିବିରେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜଗା-ବଳିଆ ଏସସିବି ପହଞ୍ଚିବା ମାତ୍ରେ ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତି ହେବେ ଓ ତୁରନ୍ତ ସେମାନଙ୍କୁ ସର୍ଜରୀ ବିଭାଗରେ ଥିବା ସାଂସଦ/ବିଧାୟକଙ୍କ ପାଇଁ ଥିବା କ୍ୟାବିନରେ ରଖାଯିବ ବୋଲି ସୂଚନା ମିଳିଛି। ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ଶିଶୁରୋଗ ବିଭାଗ, ସର୍ଜରୀ ବିଭାଗ ପ୍ରଫେସରଙ୍କୁ ନେଇ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଥିବା ଏସସିବି ମେଡିକାଲ କଲେଜର ପ୍ରିନ୍ସିପାଲ ସୂଚନା ଦେଇଛନ୍ତି।

publive-image

କନ୍ଧମାଳର ଫିରିଙ୍ଗିଆ ବ୍ଲକର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସରେ ହେବା ପରେ ଦୀର୍ଘ ଦୁଇ ବର୍ଷ ହେଲା ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ଜଗା-ବଳିଆଙ୍କ ବାପା ମା’ ଆଉ ଦିଲ୍ଲୀରେ ରହିବା ପାଇଁ ରାଜି ନ ହେବା ଓ ସେମାନଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ। କିନ୍ତୁ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ଦର୍ଶାଇ ଭୁବନେଶ୍ବର ଏମ୍ସରେ ସେମାନଙ୍କୁ ରଖିବା ପାଇଁ ମନା କରିଥିଲେ। ଶେଷରେ ଜଗା-ବଳିଆଙ୍କୁ କଟକ ବଡ଼ ମେଡିକାଲରେ ରଖି ଚିକିତ୍ସା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଭୁବନେଶ୍ବରରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe