ପରୀ ମୃତ୍ୟୁ ମାମଲାରେ ଏସଆଇଟିର ଖୋଳତାଡ଼: ନୟାଗଡ ଯଦୁପୁରରୁ ଜଣକୁ ଉଠାଇନେଲାବେଳେ ଏସଆଇଟିକୁ ଗାଁଲୋକଙ୍କ ବିରୋଧ

ଯଦୁପୁର ମୁଖ୍ୟରାସ୍ତାରେ ରାସ୍ତାରୋକ

319

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଏସଆଇଟିର ଖୋଳତାଡ଼ । ନୟାଗଡ ଯଦପୁରରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ଜଣକୁ ଉଠାଇନେଲା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ଖଦାଳ ଗ୍ରାମବାସୀ ଏସଆଇଟିକୁ ବିରୋଧ କରିଛନ୍ତି । ଯଦୁପୁର ମୁଖ୍ୟରାସ୍ତାରେ ଗାଁ ଲୋକେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି ।

ଏସଆଇଟି ପରୀ ମୃତ୍ୟୁ ମାମଲାରେ ପଚଚରାଉଚରା ପାଇଁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଉଥିବା ବେଳେ ଗାଁ ଲୋକେ ଛାଡିନାହାନ୍ତି । ଏହି ମାମଲାରେ ପୂର୍ବରୁ ଯଦୁପୁର ଗାଁର ୨୮ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିିଛି ଏସଆଇଟି । ସନ୍ଦେହରେ ଥିବା ବାବୁଲି ନାୟକର ଡ୍ରାଇଭର ଓ ପୁଅକୁ ମଧ୍ୟ ଉଠାଇନେଇ ପଚରାଉଚରା କରିଥିଲା । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗତ ଦୁଇ ଦିନ ତଳେ କହିଥିଲେ, ଯେ ଦୁଇ ସପ୍ତାହ ଭିତରେ ସବୁ ସ୍ପଷ୍ଟ ହେବ ।

Comments are closed.