କନକ ବ୍ୟୁରୋ : ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା ଏସଆଇଟିକୁ ବିରୋଧ । ପରୀର ନିଜ ଗାଁ ଯଦୁପୁରରୁ ଆସିଛି ଏହି ଦୃଶ୍ୟ । ଯେତେବେଳେ ଗାଁର ପ୍ରବେଶ ପଥରେ ବାଉଁଶ ବାନ୍ଧି ପରୀ ମୃତ୍ୟୁର ତଦନ୍ତ କରୁଥିବା ଏସଆଇଟିର ବାଟ ଓଗାଳିଛନ୍ତି ଗ୍ରାମବାସୀ । ଯାଂଚକାରୀ ଦଳକୁ ଗାଁ ଭିତରକୁ ପୁରାଇ ଦେଇନାହାନ୍ତି ।
କଥାହେଲା ନୟାଗଡ ଯଦୁପୁର ଗାଁର ପରୀ ମୃତ୍ୟୁ ପ୍ରସଙ୍ଗରେ ଉଠୁଛି ପଡୁଛି ସାରା ଓଡିଶା । ସିବିଆଇ ତଦନ୍ତ ସହ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ ଚଳାଇଛି ବିଜେପି । ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ବି ଆନ୍ଦୋଳନକୁ ଜୋରଦାର କରିଛି । ହେଲେ ସେହି ପରୀ ମୃତ୍ୟୁ ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ଯାଇଥିବା ସ୍ପେଶାଲ ଇନଭେଷ୍ଟି ଗେସନ ଟିମର କାମରେ ବାଧା ଦେଇଛନ୍ତି ଯଦୁପୁର ବାସିନ୍ଦା ।
ଗାଁ ଲୋକଙ୍କ କହିବା ହେଲା, ଯଦୁପୁର ଚଷା ସାହିରେ ପରୀର ଘର । ତେଣୁ ପରୀ ସହିତ ହୋଇଥିବା ଅଘଟଣ ମାମଲାରେ ଏସଆଇଟି ସେଠାରେ ତଦନ୍ତ କରିବା କଥା । ହେଲେ ରକ୍ତ ନମୂନା ସଂଗ୍ରହ ଆଳରେ ଖଦାଳସାହି ବାସିନ୍ଦାଙ୍କୁ ଅଯଥାରେ ହଇରାଣ କରୁଛି କ୍ରାଇମବ୍ରାଂଚ୍ ଏସଆଇଟି ।
ଏହାରି ଭିତରେ ସୂଚନା ମିଳିଛି ପୁଣି ୧୮ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି ମାମଲାର ଯାଂଚ କରୁଥିବା ଏସଆଇଟି । ପୂର୍ବରୁ ୨୩ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ତେବେ କାହିଁକି ଗାଁ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରୁଛି ଯାଂଚକାରୀ ଦଳ? ପରୀ ମୃତ୍ୟୁ ଓ ଏହାର ତଦନ୍ତ ସହିତ ରକ୍ତ ନମୂନାର ରହିଛି କି ସଂପର୍କ? ଏନେଇ କନକ ନ୍ୟୂଜକୁ ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା ।
ପରୀ ମୃତ୍ୟୁ ଓ ରକ୍ତ ନମୁନା ସଂଗ୍ରହ
ଯଦୁପୁର ଗାଁ ଲୋକଙ୍କ ପ୍ରୋଫାଇଲକୁ ନେଇ ଏକ ଡାଟାବେସ ପ୍ରସ୍ତୁତ କରୁଛି ଏସଆଇଟି
ଗାଁରେ କେଉଁମାନେ ରହୁଛନ୍ତି ଏବଂ କେଉଁମାନେ ବାହାରକୁ ଯାଇଛନ୍ତି ଜାଣିବାକୁ ଚାହୁଁଛି
ଏପରିକି ଗତ କିଛିଦିନ ଭିତରେ ଗାଁକୁ କେଉଁମାନେ ଆସିଛନ୍ତି ତାର ତଥ୍ୟ ସଂଗ୍ରହ ହେଉଛି
ଯଦୁପୁର ଗାଁରେ ୧୮ରୁ ୩୫ ବର୍ଷର ଯୁବକ ମାନଙ୍କ ରକ୍ତ ନମୂନା ସଂଗ୍ରହ କରୁଛି ଏସଆଇଟି
ଅନୁମାନ କରାଯାଉଛି ପରୀର ପିନ୍ଧା ବସ୍ତ୍ର, ତାକୁ ମାରିବା ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ର କିମ୍ବା ତାସହ ହୋଇଥିବା ଅତ୍ୟାଚାର ସ୍ଥଳରୁ କିଛି ରକ୍ତ ନମୂନା ପାଇଥାଇପାରେ କ୍ରାଇମବ୍ରାଂଚ ଏସଆଇଟି । ତେଣୁ ଗାଁ ଲୋକଙ୍କ ରକ୍ତ ନମୂନା ତଦନ୍ତକୁ ଆଗକୁ ବଢାଇବାରେ ବିଶେଷ ସହାୟତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/14-6.jpg)