ଧୋନୀଙ୍କ ପାଇଁ ମନଛୁଆଁ ପୋଷ୍ଟ ଲେଖିଲେ ରବୀନ୍ଦ୍ର ଜାଡେଜା । କହିଲେ, ଭାଇ ଆମେ ଏହା ତୁମ ପାଇଁ କରିଛୁ, ମାହି ଭାଇଙ୍କ ପାଇଁ ତ କିଛି ବି କରିବୁ
କନକ ବ୍ୟୁରୋ : ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୫ ୱିକେଟରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଶେଷ ଦୁଇ ବଲରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଏହି ବିଜୟ ସହ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ମଧ୍ୟ ସମକକ୍ଷ ହୋଇଛି । ଏହା ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍ ବିଜେତା ହୋଇଥିଲା।

Kanak News is now on WhatsApp
Join and get latest news updates delivered to you via WhatsApp
We did it for ONE and ONLY “MS DHONI.🏆 mahi bhai aapke liye toh kuch bhi…❤️❤️ pic.twitter.com/iZnQUcZIYQ
— Ravindrasinh jadeja (@imjadeja) May 30, 2023
ତେବେ ଏତେ ବଡ଼ ସଫଳତା ପରେ ରବୀନ୍ଦ୍ର ଜାଦେଜା ଏକ ଟ୍ବିଟ କରିଛନ୍ତି, ଯାହା ଏବେ ଭାଇରାଲ ହୋଇଛି । ଟ୍ବିଟ ସହ ଜାଦେଜା ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ, ଧୋନି ଓ ତାଙ୍କ ପତ୍ନୀ ଟ୍ରଫି ଧରି ବସିଥିବା ଦେଖାଯାଇଛି । ଏହି ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ଭାଇ ଆମେ ଏହା ତୁମ ପାଇଁ କରିଛୁ, ମାହି ଭାଇଙ୍କ ପାଇଁ ତ କିଛି ବି କରିବୁ। ତାଙ୍କର ଏହି ଟ୍ବିଟ ଧୋନିଙ୍କ ପ୍ରଶଂସକଙ୍କ ମନ କିଣି ନେଇଛି ।
M.O.O.D! 🤗
Ravindra Jadeja 🤝 MS Dhoni#TATAIPL | #Final | #CSKvGT | @imjadeja | @msdhoni pic.twitter.com/uggbDA4sFd
— IndianPremierLeague (@IPL) May 29, 2023
ଧୋନିଙ୍କ ପାଇଁ ଜାଦେଜାଙ୍କ ମନରେ କେତେ ସମ୍ମାନ ରହିଛି ତାହା ଏହି ଟ୍ବିଟରୁ ସ୍ପଷ୍ଟ ଜଣାପଡ଼ୁଛି । ତେବେ ମ୍ୟାଚ୍ ସରିବା ପରେ ଜାଦେଜା ପ୍ରଥମେ ଦୌଡ଼ି ଯାଇ ଧୋନିଙ୍କୁ ଆଲିଙ୍ଗନ କରିଥିବା ଦେଖାଯାଇଥିଲା । ଧୋନି ମଧ୍ୟ ଖୁସିରେ ତାଙ୍କୁ ଉଠାଇଥିବା ଦେଖାଯାଇଥିଲା।