ଠକ ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍: ସାମ୍ନାକୁ ଆସୁଛି ଠକର ନୂଆ ନୂଆ ଗ୍ଲାମର ଲିଙ୍କ୍

214

କନକ ବ୍ୟୁରୋ: ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍ ପର୍ଣ୍ଣାଡିସ୍ । ଠକକୁ ମନର ରାଜକୁମାର ଭାବୁଥିଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ୨୧୫ କୋଟି ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ପର୍ଣ୍ଣାଡିସ୍ଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିବାରେ ଲାଗିଛି । ସୂଚନା ମତାବିକ ଜ୍ୟାକଲିନ୍ ସୁକେଶକୁ ବିବାହ କରିବାକୁ ଚାହୁଁଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁକେଶଙ୍କ ଅପରାଧ ବିଷୟରେ ଜାଣି ସୁଦ୍ଧା ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ନୋରାଙ୍କ ସହ ସୁକେଶଙ୍କ ସମ୍ପର୍କ ରହିଥିବା ସନ୍ଦେହ ପରେ ଆଉ ସମ୍ପର୍କ ରଖିନଥିଲେ ଜ୍ୟାକଲିନ୍ । ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ପୋଲିସର କହିବାନୁଯାୟୀ, ଜ୍ୟାକଲିନ୍ ସୁକେଶଙ୍କ ଅପରାଧ ବିଷୟରେ ଜାଣିବା ପରେ ବି ସମ୍ପର୍କ ଭାଙ୍ଗିନଥିଲେ । ହେଲେ ନୋରାଙ୍କୁ ସନ୍ଦେହ ହେବା ମାତ୍ରେ ସେ ସୁକେଶଙ୍କ ଠାରୁ ଦୂରେଇଯାଇଥିଲେ ।