କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୨୦୦ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁରେ ଇଡି ଏହି ଲୁକଆଉଟ ନୋଟିସ ଜାରି କରିଥିବା ସୂଚନା ମିଳିଛି । ଯେଉଁଥିରେ ଠକ ସୁକେଶ ଚନ୍ଦ୍ରଶେଖର ମଧ୍ୟ ସାମିଲ ରହିଛି । ଦୁବାଇ ଯିବାକୁ ମୁମ୍ବାଇ ବିମାନ ବନ୍ଦର ପହଂଚିଥିବା ଜ୍ୟାକଲିନଙ୍କୁ ବିମାନ ବନ୍ଦରରେ ଅଟକ ରଖି ଫେରାଇ ଦେଇଥିଲେ କଷ୍ଟମ ଅଧିକାରୀ । ଯାଂଚ ଅଧିକାରୀ ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଛାଡି ନାହାନ୍ତି । ଆଗାମୀ ଦିନରେ ଇଡି ତାଙ୍କୁ ଜେରା ପାଇଁ ସମନ ପଠାଇବ ବୋଲି ଜଣାପଡିଛି ।
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ଅଛନ୍ତିି । ଏହି ମାମଲାରେ ଇଡି ଏକ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ଇଡି କହିଛି ସୁରେଶ ଏବଂ ଅନ୍ୟମାନେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ପାଖରୁ ୨୦୦ କୋଟି ଟଂକା ବଟି ଆଦାୟ କରିଛନ୍ତି । ଆଉ ସୁକେଶଙ୍କ ବ୍ୟାଙ୍କ ଆକାଉଂଟରୁ ଅନେକ ଉପହାର ଜ୍ୟାକଲିନଙ୍କ ଆକାଉଂଟକୁ ଯାଇଛି । ପାଖାପାଖି ୧୦ କୋଟି ଟଙ୍କାର ଉପହାର ଦେଇଥିବା ଜଣାପଡିଛି । ଏହାପରେ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଥିଲା । କିନ୍ତୁ ଜ୍ୟାକଲିନ୍ ହାଜର ହୋଇନଥିଲେ । ଏହାପରେ ଲୁକ୍ ଆଉଟ ନୋଟିସ ଜାରି କରିଥିଲା ଇଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/4-11.jpg)