ଇଡି ଜାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ : କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ସହ କେମିତି ଗଢି ଉଠିଲା ସଂପର୍କ, ଇଡି ଚାର୍ଜସିଟରେ ଉଲ୍ଲେଖ

୫୨ ଲକ୍ଷର ଘୋଡା ଓ ୯ ଲକ୍ଷ ବିଲେଇ ଉପହାର ଦେଇଥିଲା ସୁକେଶ; ବିଦେଶ ଯିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ଅଟକ

210

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨ଶହ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁରେ ଇଡି ଏହି ଲୁକଆଉଟ ନୋଟିସ ଜାରି କରିଥିବା ସୂଚନା ମିଳିଛି । ଯେଉଁଥିରେ ଠକ ସୁକେଶ ଚନ୍ଦ୍ରଶେଖର ମଧ୍ୟ ସାମିଲ ରହିଛି । ଦୁବାଇ ଯିବାକୁ ମୁମ୍ବାଇ ବିମାନ ବନ୍ଦର ପହଂଚିଥିବା ଜ୍ୟାକଲିନଙ୍କୁ ବିମାନ ବନ୍ଦରରେ ଅଟକ ରଖି ଫେରାଇ ଦେଇଥିଲେ କଷ୍ଟମ ଅଧିକାରୀ । ଯାଂଚ ଅଧିକାରୀ ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଛାଡି ନାହାନ୍ତି । ଆଗାମୀ ଦିନରେ ଇଡି ତାଙ୍କୁ ଜେରା ପାଇଁ ସମନ ପଠାଇବ ବୋଲି ଜଣାପଡିଛି ।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ଅଛନ୍ତିି । ଏହି ମାମଲାରେ ଇଡି ଏକ ଚାର୍ଜଶିଟ୍ ଦାଖଲ କରିଛି । ଯେଉଁଥିରେ ଇଡି କହିଛି ସୁକେଶ ଏବଂ ଅନ୍ୟମାନେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ପାଖରୁ ୨୦୦ କୋଟି ଟଂକା ବଟି ଆଦାୟ କରିଛନ୍ତି । ଆଉ ସୁକେଶଙ୍କ ବ୍ୟାଙ୍କ ଆକାଉଂଟରୁ ଅନେକ ଉପହାର ଜ୍ୟାକଲିନଙ୍କ ଆକାଉଂଟକୁ ଯାଇଛି । ପାଖାପାଖି ୧୦ କୋଟି ଟଙ୍କାର ଉପହାର ଦେଇଥିବା ଜଣାପଡିଛି । ଏହାପରେ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଥିଲା । କିନ୍ତୁ ଜ୍ୟାକଲିନ୍ ହାଜର ହୋଇନଥିଲେ । ଏହାପରେ ଲୁକ୍ ଆଉଟ ନୋଟିସ ଜାରି କରିଛି ଇଡି ।

ତେବେ ଏହାରି ଭିତରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ – ଅଭିନେତ୍ରୀ, ନୋରା ଫତେହି – ଆଇଟମ୍ ଡ୍ୟାନ୍ସର, ସୁକେଶ ଚନ୍ଦ୍ରଶେଖର – ଠକ ବ୍ୟବସାୟୀ, ଲିନା ମାରିଆ ପଲ – ସୁକେଶଙ୍କ ସ୍ତ୍ରୀ ଉଭୟ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚର୍ଚ୍ଚା ସାମନାକୁ ଆସିଛି ।

ସୁକେଶ ଚନ୍ଦ୍ରଶେଖରର କଳାକାରନାମା

ସୁକେଶ ଚନ୍ଦ୍ରଶେଖର, ଠକ ବ୍ୟବସାୟୀ :  ଶିଭିନ୍ଦର ସିଂହ ଓ ମାଲଭିନ୍ଦର ସିଂହ, ରାନବାକ୍ସିର ପୂର୍ବତନ ପ୍ରମୋଟର

– ରାନବାକ୍ସିର ୨ ପୂର୍ବତନ ପ୍ରମୋଟର ସ୍ତ୍ରୀଙ୍କଠାରୁ ୨୦୦ କୋଟି ଟଙ୍କା ଠକିଥିଲା ସୁକେଶ
– ତା ବିରୋଧରେ ପ୍ରଥମେ ଏଫଆଇଆର କରିଥିଲା ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା
– ଦିଲ୍ଲୀ ପୋଲିସର ଏଫଆଇଆର ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
– ବେଆଇନ ଉପାୟରେ ରୋଜଗାର କରି କଳା ଟଙ୍କାକୁ ସ୍ତ୍ରୀଙ୍କ ଫାର୍ମ ଜରିଆରେ ଧଳା କରୁଥିଲା ସୁକେଶ
– ସୁକେଶ ଚନ୍ଦ୍ରଶେଖର ବିରୋଧରେ ୭ ହଜାର ପୃଷ୍ଠାର ଚାର୍ଜସିଟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
– ସୁକେଶଙ୍କ ସହ ସ୍ତ୍ରୀ ଓ ଅନ୍ୟ ୬ ଜଣଙ୍କ ନାଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜସିଟରେ ରହିଛି
– କୁହାଯାଉଛି ଏହି ଚାର୍ଜସିଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ଆଇଟମ ଡ୍ୟାନ୍ସର ନୋରା ଫତେହିଙ୍କ ନାଁ ରହିଛି
– ବେଆଇନ ଉପାୟରେ ଟଙ୍କା ଆଦାୟ କରି ସୁନ୍ଦରୀ ଅଭିନେତ୍ରୀଙ୍କୁ ଦାମୀ ଉପହାର ଦେଉଥିଲା ସୁକେଶ


ଜ୍ୟାକଲିନ ଆଣ୍ଡ ସୁକେଶ

୫୨ ଲକ୍ଷର ଘୋଡା, ୯ ଲକ୍ଷର ବିଲେଇ

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍,ଅଭିନେତ୍ରୀ : ସୁକେଶ ଚନ୍ଦ୍ରଶେଖର, ଠକ ବ୍ୟବସାୟୀ

– ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦାମୀ ଉପହାର ଦେଉଥିଲା ଠକ ବ୍ୟବସାୟୀ ଚନ୍ଦ୍ରଶେଖର
– ଜ୍ୟାକଲିନଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଉପହାର ଦେଇଥିବା ଇଡି ଚାର୍ଜସିଟରେ ଉଲ୍ଲେଖ
– ୯ ଲକ୍ଷ ଟଙ୍କାର ଏକ ପାର୍ସିି ବିଲେଇ ମଧ୍ୟ ଜ୍ୟାକଲିନଙ୍କୁ ଉପହାର ଦେଇଛି ଠକ ସୁକେଶ
– ପୂର୍ବରୁ ଏହି ଘଟଣାରେ ଜ୍ୟାକଲିନଙ୍କୁ ଡାରି ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
– ବିଦେଶ ଯାଉଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇ ଦିଆଗଲା
– ଆର୍ଥିକ ହେରଫେର ମାମଲାରେ ଜେରା ପାଇଁ ହାଜର ହେବାକୁ ପଡିପାରେ ବୋଲି କହିଲା ଇଡି

ନୋରା ଆଣ୍ଡ ସୁକେଶ

ନୋରା ଫତେହି, ଆଇଟମ୍ ଡ୍ୟାନ୍ସର : ସୁକେଶ ଚନ୍ଦ୍ରଶେଖର, ଠକ ବ୍ୟବସାୟୀ

ଆଇଟମ୍ ଡ୍ୟାନ୍ସର ନୋରା ଫତେହିଙ୍କ ରହିଛି ଠକ ବ୍ୟବସାୟୀ ସୁକେଶ ସହିତ ସଂପର୍କ
– ନୋରାଙ୍କୁ ସୁକେଶ ଏକ ଦାମୀ କାର ଉପହାର ଦେଇଥିବା ଇଡି ଚାର୍ଜସିଟରେ ଉଲ୍ଲେଖ
– ସୁକେଶଙ୍କ ସ୍ତ୍ରୀ ଲିନା ମାରିଆ ପଲ ଆୟୋଜନ କରିଥିବା ଉତ୍ସବରେ ଯୋଗ ଦେଇଥିଲେ ନୋରା
– ସେହି ଉତ୍ସବରେ ନୋରାଙ୍କୁ ଦାମୀ କାର ଉପହାର ଦିଆଯାଇଥିବା ଇଡିରେ ଅଭିଯୋଗ ରହିଛି
– ପୂର୍ବରୁ ଇଡିରେ ହାଜର ହୋଇ ସୁକେଶ ଚନ୍ଦ୍ରଶେଖରକୁ ଜାଣିନଥିବା କହିଥିଲେ ନୋରା
– ଆର୍ଥିକ ହେରଫେରରେ କୌଣସି ସଂପର୍କ ନାହିଁ ଓ ତଦନ୍ତରେ ସହଯୋଗ କରୁଥିବା କହିଥିଲେ