କନକ ବ୍ୟୁରୋ : କନକ ବ୍ୟୁରୋ : ଆହୁରି ବଢ଼ିପାରେ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ଅଡ଼ୁଆ । ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧିକ ମାମଲା ସମ୍ପର୍କରେ ଜ୍ୟାକଲିନ୍ ଜାଣିଥିବା ଇଡି ସୂଚନା ଦେଇଛି । ଏପରିକି ସୁକେଶଙ୍କ ବିବାହ ବିଷୟରେ ଜାକଲିନଙ୍କ ସବୁ ଜାଣିଥିଲେ ବୋଲି ଇଡି ପକ୍ଷରୁ କୁହାଯାଇଛି । ଏନେଇ ସେପ୍ଟେମ୍ବର ୧୨ରେ ପଚରାଉଚରା କରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଜ୍ୟାକଲିନଙ୍କୁ ଏନେଇ ଇଓଡବ୍ଲୁ ପଚରାଉଚରା କରିବ । ଠକ ସୁକେଶଙ୍କ ସହ ଜଡ଼ିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ପଚରାଉଚରା କରିବ ।
ଅଭିନେତ୍ରୀଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ସମନ କରିଛି । ସେପ୍ଟେମ୍ବର ୨୬ରେ ଅଦାଲତରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ହେରଫେର ମାମଲାରେ ଛନ୍ଦି ହୋଇପଡିଥିବା ଜ୍ୟାକଲିନଙ୍କୁ ଇଡି ଅଭିଯୁକ୍ତ ଦର୍ଶାଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ୨୧୫ କୋଟି ଟଙ୍କା ଦାଦାବଟି ଆଦାୟ ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରିଥିଲା । ଏବଂ ଚଳିତ ମାସ ପ୍ରାରମ୍ଭରେ ଇଡି ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା । ବଟି ଆଦାୟ ଅର୍ଥରେ ସୁକେଶ ଚନ୍ଦ୍ରଶେଖର ଫର୍ଣ୍ଣାଡିଜଙ୍କୁ ୫.୭୧ ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି । ଏହାଛଡ଼ା, ସେ ଫର୍ଣ୍ଣାଡିଜଙ୍କ ପରିବାର ଲୋକଙ୍କୁ ମଧ୍ୟ ଅନେକ ଆର୍ଥିକ ଉପହାର ଦେଇଛନ୍ତି ।