କନକ ବ୍ୟୁରୋ : ଆଇପିଏଲ ୨୦୨୪ ପାଇଁ ଆସନ୍ତା ଡିସେମ୍ବର ୧୯ ତାରିଖରେ ନିଲାମୀ ହେବାକୁ ଯାଉଛି । ତେବେ ଏହାପୂର୍ବରୁ କୋଲାକାତା ନାଇଟ ରାଇଡର୍ସ ବଡ ଘୋଷଣା କରିଛି । ଆଗାମୀ ସିଜିନରେ ଶ୍ରେୟସ ଆୟର କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିଭଳି ଗତଥର କେକେଆରର ଅଧିନାୟକ ଥିବା ନୀତିଶ ରାଣାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦେଇଛି ଫ୍ରାଞ୍ଚାଇଜ । ସେହିଭଳି ଆଗାମୀ ସିଜିନରେ କେକେଆରର ମେଣ୍ଟର ଭାବେ ଗୌତମ ଗମ୍ଭୀରଙ୍କୁ ଦେଖିବାକୁ ମିଳିବ ।

Advertisment

ଗତବର୍ଷ ଆହତ ସମସ୍ୟା ପାଇଁ ଆଇପିଏଲରୁ ବାଦ୍ ପଡିଥିଲେ ଶ୍ରେୟସ ଆୟର । କିନ୍ତୁ ଚଳିତଥର ଶ୍ରେୟସ ପୁଣିଥରେ ଦଳ ସହ ଯୋଡି ହେଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି କେକେଆର ପ୍ରଂଶସକ । କେକେଆରର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ଗତଥର ଶ୍ରେୟସଙ୍କ ଦାୟିତ୍ୱ ନୀତିଶ ନେବାକୁ ସହମତ ହୋଇଥିଲେ ଏବଂ ଭଲ କାମ ମଧ୍ୟ କରିଥିଲେ । ଏବେ ଉପ-ଅଧିନାୟକ ଭାବେ ନୀତିଶ ରାଣା ଦଳ ଓ ଶ୍ରେୟସଙ୍କୁ ସହଯୋଗ କରିବେ ।

ଅନ୍ୟପଟେ ପୁଣିଥରେ ଅଧିନାୟକ ଦାୟିତ୍ୱ ମିଳିବା ପରେ ଶ୍ରେୟସ ଆୟର କହିଛନ୍ତି, ଗତ ସିଜିନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି । ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲି । କିନ୍ତୁ ମୋ ଅନୁପସ୍ଥିତିରେ ନୀତିଶ ରାଣା ଅଧିନାୟକ ଭାବେ ଭଲ ଦାୟିତ୍ୱ ତୁଲାଇଛନ୍ତି । ମୁଁ ଖୁସି ଯେ, କେକେଆର ନୀତିଶଙ୍କୁ ଉପ-ଅଧିନାୟକ ନିଯୁକ୍ତ କରିଛି । ଏହାଦ୍ୱାରା ଟିମ୍ ଆହୁରି ଶକ୍ତିଶାଳୀ ହେବ । ଶ୍ରେୟସ ଆୟର ୨୦୨୨ରେ କୋଲକାତା ଦଳ ସହ ଯୋଡି ହୋଇଥିଲେ । ୧୪ଟି ମ୍ୟାଚରୁ ଶ୍ରେୟସ ୪୦୧ ରନ୍ କରିଥିଲେ ।