କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ଆଉ କିଛି ଦିନ ଗଲେ ୨ ମାସ ହେବ । ଅନେକ ଦେଶର ହସ୍ତକ୍ଷେପ ସତ୍ତେ୍ୱ ଋଷ – ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ନେଉନି । ଏହାମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀ କହିଛନ୍ତି ଯେ, ଋଷ ସେନା ୟୁକ୍ରେନର ଦୋନେସ୍କ ଓ ଖେରସନ ଅଞ୍ଚଳରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି ।
ସେହିପରି ଜେଲେନସ୍କିଙ୍କୁ ଭେଟିବା ପାଇଁ ଆମେରିକା ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଚିନ୍ତା କରିବାକୁ ପଡୁଛି । ଉଚ୍ଚସ୍ତରୀୟ ଅଧିକାରୀଙ୍କ କିଭ ପଠାଇବାକୁ ଚିନ୍ତା କରୁଛି । ଅପରପକ୍ଷେ ଯୁଦ୍ଧ ୫୦ତମ ଦିନରେ ରାଷ୍ଟ୍ରପତି ପୁଟିନ୍ ନାଟୋ ଦେଶମାନଙ୍କୁ ଖୋଲଖୋଲି ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, କୌଣସି ନାଟୋ ଦେଶ ହୁଅନ୍ତୁ ବା ଆଉ କୌଣସି ରାଷ୍ଟ୍ର୍ର ୟୁକ୍ରେନକୁ ସାହାଯ୍ୟ କରନ୍ତି ତାହାଲେ ତାକୁ ବର୍ବାଦ କରିଦେବୁ । ଏହାସହ ସେ ଦେଶର ଯାନବାହାନ ଓ ଅସ୍ତ୍ରଶସ୍ତ୍ର ସବୁ ନଷ୍ଟ କରିଦେବାକୁ ପୁଟିନ୍ ଧମକ ଦେଇଛନ୍ତି ।