ହାଇଦ୍ରାବାଦରେ ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ହୃଦୟସ୍ପର୍ଶୀ ଭାଷଣ : ଚା’ ବିକାଳି ପ୍ରଧାନମନ୍ତ୍ରୀ ହେବା ନେଇ ମୋଦିଙ୍କୁ କଲେ ପ୍ରଶଂସା

51

କନକ ବ୍ୟୁରୋ :  ଭାରତ ଓ ଆମେରିକା ସମ୍ପର୍କର ମାଇଲ ଖୁଂଟ ହୋଇଛି ହାଇଦ୍ରାବାଦରେ ଆୟୋଜିତ ବିଶ୍ୱ ଉଦ୍ୟୋଗୀ ସମ୍ମିଳନୀ । ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ । ସମ୍ମିଳନୀ ଉଦଘାଟନ ଉତ୍ସବରେ ସାମିଲ ହେବା ସହ ଏହା ସିଲିକନ୍ ଭ୍ୟାଲି ସହ ହାଇଦ୍ରାବାଦକୁ ଯୋଡିଛି । ଏହା ଦୁଇ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଇଭାଙ୍କା ।

ଭାରତୀୟ ଗଣତନ୍ତ୍ରର ମହାନତା ହେଉଛି ଏହି ଦେଶରେ ଜଣେ ଚା’ ବିକାଳି ପ୍ରଧାନମନ୍ତ୍ରୀ ହୋଇପାରିଛି । ଏହା ଦେଶ ପାଇଁ ଗର୍ବର କଥା ବୋଲି ଇଭାଙ୍କା କହିଛନ୍ତି । ମୋଦିଙ୍କ ଏହି ଯାତ୍ରା ଅବିଶ୍ୱସନୀୟ ବୋଲି ସେ କହିଛନ୍ତି । ଏହା ସହ ଏହି ସମ୍ମିଳନୀ ଆୟୋଜନ କରି ଭାରତ କଣ ପାଇଛି ତାହା କଳ୍ପନା କରିବା ବାହାରେ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶିଳ୍ପପତି ଭାବେ ବିକାଶଶୀଳ ଦେଶରେ ମହିଳାମାନେ ସାମ୍ନା କରୁଥିବା ଅସୁବିଧା ଉପରେ ମଧ୍ୟ ଇଭାଙ୍କା ଆଲୋଚନା କରିଥିଲେ । ଏହା ସହ ସେ ଆମେରିକାରେ କିପରି ମହିଳାଙ୍କୁ ଉଦ୍ୟୋଗ କ୍ଷେତ୍ରରେ ସୁବିଧା ପାଇଁ ପଦକ୍ଷେପ ନିଆଯାଇଛି ତାହାର ମଧ୍ୟ ସୂଚନା ଦେଇଥିଲେ । ପୂର୍ବରୁ ଇଭାଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।