କନକ ବ୍ୟୁରୋ : ରାଜ୍ୟସଭାରେ ସିଏଏ ପାରିତ ହେବାପରେ ସୁପ୍ରିମକୋର୍ଟକୁ ଯାଇଥିଲା ନାଗରିକତା ସଂଶୋଧନ ବିଲ୍ । ବିଲ ବିରୋଧରେ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସିଏବି ବା ନାଗରିକତା ସଂଶୋଧନ ବିଲ ସମ୍ବିଧାନ ବିରୋଧୀ । ସଂସଦର ଉଭୟ ସଦନରେ ପାରିତ ଏହି ବିଲୁକ ରଦ୍ଦ କରାଯାଉ ବୋଲି ସର୍ବୋଚ୍ଚନ୍ୟାୟାଳୟରେ ଆବେଦନ କରିଥିଲା ଆଇୟୁଏମଏଲ ।

Advertisment

ସେପଟେ ନାଗରିକତା ସଂଶୋଧନ ବିଲକୁ ଉତର-ପୂର୍ବ ଭାରତରେ ପ୍ରବଳ ବିରୋଧ ମଧ୍ୟ କରାଯାଉଛି । ଆସାମ ଓ ତ୍ରିପୁରାରେ ବିଲ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଛି । ସ୍ଥିତି ଅଣାୟତ ହେବାରୁ ସେନା ମୁତୟନ କରାଯିବା ସହିତ ଗୌହାଟିରେ କର୍ଫ୍ୟୁ ଜାରି କରାଯାଇଛି । ଗୌହାଟିର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜୋରଦାର ହେବାରୁ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଲାଠି ଚାଳାନ କରିଥିଲା । ପ୍ରବଳ ଉତେଜନା ଯୋଗୁଁ କାଲି ସଂଧ୍ୟା ୬ଟା ୧୫ରୁ ଜାରି ହୋଇଥିବା କର୍ଫ୍ୟୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବଳବତର ରହିଛି ।

କେବଳ ଏତିକି ନୁହେଁ ଏହି ନାଗରିକତା ନିଆଁ ଆସାମର ବିଭିନ୍ନ ଜିଲ୍ଲାରୁ ହଜାରେରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପୁଲିସ । ଆସାମର ୧୦ଟି ଜିଲ୍ଲା ଓ ତ୍ରିପୁରାରେ ମୋବାଇଲ ଓ ଇଂଟରନେଟ୍ ସେବା ୨୪ ଘଂଟା ପାଇଁ ବନ୍ଦ ରଖାଯାଇଛି । ଉତର-ପୂର୍ବାଂଚଳ ରାଜ୍ୟଗୁଡିକରେ ଅଧିକ ୫ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନ ମୁୟତନ ହୋଇଛନ୍ତି ।