କନକ ବ୍ୟୁରୋ: ଖୁବଶୀଘ୍ର ପରଦାକୁ ଆସିବ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ମୁଭି ‘ସାଲାର’ । ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା ସରିଛି । ଡିସେମ୍ବର ୨୨ ତାରିଖରେ ଏହାକୁ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ । ଠିକ୍ ସେହିଦିନ ରିଲିଜ ହେବ ଶାହାରୁଖଙ୍କ ‘ଡୁଙ୍କି’ । ତେବେ ଏ ଦୁଇଟି ମଧ୍ୟରେ କିଏ ଭାରି ପଡିବ ତା ଦର୍ଶକେ କହିବେ ।

Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ପ୍ରଭାସଙ୍କ ଅଭିନୀତ ମୁଭି ସାଲାର ସେପ୍ଟେମ୍ବର ମାସରେ ରିଲିଜ୍ ହେବାକୁ ଥିବାବେଳେ କୌଣସି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଫଳରେ ଏହାକୁ ଡିସେମ୍ବର ୨୨ ରିଲିଜ୍ କରିବାକୁ ଘୋଷଣା ହୋଇଛି । ଅନ୍ୟପଟେ ଏହାକୁ ଟକ୍କର ଦେବାକୁ ବଡ ଦିନରେ ରିଲିଜ୍ ହେବ ଶାହାରୁଖଙ୍କ ଅଭୀନିତ ‘ଡୁଙ୍କି’ ।