୨୦୧୯ ନିର୍ବାଚନ ପାଇଁ କେନ୍ଦ୍ରର ଗୋଟିଚାଳନା । ବିଭିନ୍ନ ରାଜ୍ୟରେ ୬୫ ହଜାର ପେଟ୍ରୋଲ ପମ୍ପର ବର୍ଷା କରିବେ ମୋଦି ସରକାର ।

Advertisment
୨୦୧୯ ନିର୍ବାଚନ ପାଇଁ କେନ୍ଦ୍ରର ଗୋଟିଚାଳନା । ବିଭିନ୍ନ ରାଜ୍ୟରେ ୬୫ ହଜାର ପେଟ୍ରୋଲ ପମ୍ପର ବର୍ଷା କରିବେ ମୋଦି ସରକାର ।

କନକ ବ୍ୟୁରୋ: ଆଗକୁ ୨୦୧୯ ନିର୍ବାଚନ ଆଉ ମୋଦି ଖେଳିବେ ବଡ଼ ରାଜନୀତିକ ଷ୍ଟ୍ରୋକ । ଦେଶର ବିଭିନ୍ନ ଅଞ୍ଚଳରେ ୬୫ ହଜାର ପେଟ୍ରୋଲ୍ ପମ୍ପ ବାଣ୍ଟିବେ କେନ୍ଦ୍ର ସରକାର। ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଯୋଗୁଁ ଏହାକୁ ବାଦ୍ ଦେଇ ଦେଶର ଅନ୍ୟ ସବୁ ଅଞ୍ଚଳରୁ ଡିଲରସିପ୍ ପାଇଁ ଆବେଦନ କରିବାକୁ ତୈଳ ବିତରଣ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହାଦ୍ୱାରା ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

publive-imageଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ୬୫ ହଜାର ଆବେଦନ ମଧ୍ୟରୁ ମାତ୍ର ୧୫ରୁ ୨୦ ହଜାର ଡିଲରସିପ୍ ମିଳିପାରିବ । କାରଣ ଅନେକ ସମୟରେ ଜମି କିମ୍ବା ଅନ୍ୟାନ୍ୟ ସମସ୍ୟା ହେତୁ ପେଟ୍ରୋଲ୍ ପମ୍ପ ପାଇଁ ଏନଓସି ମିଳିପାରୁନାହିଁ। ଅପରପକ୍ଷରେ କେନ୍ଦ୍ର ତୈଳ ମନ୍ତ୍ରାଳୟର ଏଭଳି ନିଷ୍ପତ୍ତିକୁ ତୈଳ ବିକ୍ରେତା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । ଏବେ ହାରାହାରି ତୈଳ ବିକ୍ରି ପରିମାଣ ୧୭୦ କିଲୋ ଲିଟରରୁ ୧୪୦ କିଲୋ ଲିଟରକୁ ହ୍ରାସ ପାଇଥିବା ବେଳେ ଆହୁରି ଅଧିକ ଡିଲରସିପ୍ ଖୋଲିଲେ ସେମାନଙ୍କର ବିକ୍ରି ପରିମାଣ ହ୍ରାସ ପାଇବ ଓ କ୍ଷତି ବଢ଼ିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

publive-imageଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ବିପୁଳ ସଂଖ୍ୟକ ପେଟ୍ରୋଲ୍ ପମ୍ପ ଆବଣ୍ଟନ କରାଯାଉଛି। ସରକାରୀ ସୂଚନା ଅନୁଯାୟୀ, ଏବେ ଦେଶରେ ୬୨, ୫୮୫ଟି ପେଟ୍ରୋଲ୍ ପମ୍ପ ରହିଛି । ସେଥିମଧ୍ୟରୁ ୬ ହଜାର ପେଟ୍ରୋଲ୍ ପମ୍ପ ଘରୋଇ ସଂସ୍ଥାଙ୍କ ଦ୍ୱାରା ପରିଚାଳିତ ହେଉଛି। ଇତିମଧ୍ୟରେ ଦେଶରେ ତୈଳ ଚାହିଦା ୫% ବୃଦ୍ଧି ପାଇଛି। ତେଣୁ ଅଧିକ ପେଟ୍ରୋଲ୍ ପମ୍ପ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ ଚଳିତ ଥର ଆବେଦନକାରୀଙ୍କ ପାଇଁ କିଛି ସର୍ତ୍ତ କୋହଳ କରାଯାଇଛି। ପୂର୍ବରୁ ଡିଲରସିପ୍ ପାଇବାକୁ ହେଲେ ନିଜ ନାମରେ ଜମି ଏବଂ ସହରାଞ୍ଚଳ ପମ୍ପ ପାଇଁ ୨୫ ଲକ୍ଷ ଟଙ୍କା ଓ ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ ପାଇଁ ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ତାହା ଉଚ୍ଛେଦ କରାଯାଇଛି । ଜଣେ ବ୍ୟକ୍ତିଙ୍କ ନାମରେ ଜମି ନଥିଲେ ମଧ୍ୟ ଚୁକ୍ତି ଭିତ୍ତିରେ ସେ ଡିଲରସିପ୍ ପାଇପାରିବେ। ଆବେଦନକାରୀଙ୍କୁ ଅନ୍ଲାଇନ୍ରେ ଲଟେଟି ମାଧ୍ୟମରେ ଚୟନ କରାଯିବ। ତା’ ପରେ ସେମାନଙ୍କର ଅନ୍ୟାନ୍ୟ ଯୋଗ୍ୟତା ଯାଞ୍ଚ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe