କନକ ବ୍ୟୁରୋ: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଥିବା ବ୍ୟାଗ ନେଇ ବଡ ସୂଚନା ମିଳିଛି । ଏହି ବ୍ୟାଗ ମମିତାଙ୍କର ନୁହେଁ ବୋଲି ତାଙ୍କ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ସେହିପରି ମମିତାଙ୍କୁ ହତ୍ୟା କରିବା ପରେ ପୋତା ଯାଇଥିବା ସ୍ଥାନରୁ ମିଳିଥିବା ପାଉଂଜି ଓ ଚେନକୁ ମମିତାଙ୍କ ପରିବାର ଲୋକେ ନେଇଥିବା ସୂଚନା ମିଳିଛି । ରାଧେ ଘରୁ ଗୋଟିଏ ମୋବାଇଲ ମିଳିଥିଲା ଯାହାକୁ ଚିହ୍ନଟ କରିବା ପାଇଁ ମମିତାଙ୍କ ପରିବାରକୁ ପୋଲିସ ଡାକିଥିଲା ।
ତେବେ ମୋବାଇଲକୁ ନେଇ ପରିବାରଲୋକେ ମୁହଁ ଖୋଲିନାହାନ୍ତି । ପୋଲିସ ପରିବାର ଲୋକଙ୍କୁ ମୋବଇଲ ସମ୍ପର୍କରେ କିଛି କହିନଥିବା ସୂଚନା ମିଳିଛି । କୁହାଯାଉଥିଲା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବଡ ରହସ୍ୟ ଖୋଲିବ ମୋବାଇଲ । ପୂର୍ବରୁ ତାଙ୍କ ମୋବାଇଲ ପୋଡି ପାଉଁଶ ହୋଇଯାଇଥିବା ସୂଚନା ଦେଇଥିଲା ପୋଲିସ ।
aହେଲେ ଗୋବିନ୍ଦଙ୍କ ଡ୍ରାଇଭର ରାଧେଙ୍କ ଘରୁ ଯେଉଁ ଧଳା ରଙ୍ଗର ବ୍ୟାଗ୍ ମିଳିଥିଲା, ସେଥିରେ ମଧ୍ୟ ଏକ ମୋବାଇଲ ଫୋନ୍ ରହିଥିଲା । ଗତକାଲି ରାଧେଙ୍କ ପତ୍ନୀ ଘର ଖଟ ତଳୁ ଏକ ବ୍ୟାଗ୍ ପାଇଥିଲେ । ଯେଉଁଥିରେ ଜିନ୍ସ ପ୍ୟାଂଟ, କଳା ସାର୍ଟ ଓ ଏକ ମୋବାଇଲ୍ ଫୋନ୍ ଥିବା ସୂଚନା ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/9-29.jpg)