ଏହା ଏନସିବି ଅଫିସ, କୌଣସି ପ୍ରଡକ୍ସନ ସଂସ୍ଥା ନୁହେଁ । ଯେତେବେଳେ ଡକାଯାଉଛି ସେତେବେଳେ ଆସ । ଅନନ୍ୟାଙ୍କୁ କାହିଁକି ଏମିତି କହିଲେ ଏନସିବି ଅଧିକାରୀ?

109

କନକ ବ୍ୟୁରୋ : ମୁମ୍ୱାଇ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପୁଣି ଥରେ ଜେରା କରିବ ଏନସିବି । ସୋମବାର ପୁଣି ହାଜର ହେବାକୁ ଏନସିବି ଅନନ୍ୟାଙ୍କୁ କହିଛି । ୨ ଦିନ ଭିତରେ ତାଙ୍କୁ ପ୍ରାୟ ୬ ଘଂଟା ଜେରା ହୋଇ ସାରିଛି । କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଆରୟନଙ୍କ ସହ ଚାଟ୍, ଏବେ ଅନନ୍ୟାଙ୍କ ପାଇଁ ଅଡୁଆ ବଢାଇ ଦେଇଛି ।

ଅନ୍ୟପଟେ ଏନସିବିରେ ବିଳମ୍ବରେ ପହଞ୍ଚିଥିବାରୁ ଅନନ୍ୟାଙ୍କ ଉପରେ ବର୍ଷିଛନ୍ତି ଏନସିବିର ଅଧିକାରୀ । ପଚରାଉଚରା ପୂର୍ବରୁ ଅନନ୍ୟାଙ୍କୁ ଏନସିବିର ଜୋନାଲ ଡାଇକ୍ଟେର କଡା ତାଗିଦ କରିଥିବା ସୂଚନା ମିଳିଛି । ଶୁକ୍ରବାର ଅନନ୍ୟାଙ୍କୁ ପଚରାଉଚରା ପାଇଁ ଏନସିବି ଅଫିସକୁ ଡକାଯାଇଥିଲା । ଦିନ ୧୧ଟାରେ ଏନସିବି ଅଫିସ ପହଞ୍ଚିବାକୁ ଅନନ୍ୟାଙ୍କୁ କୁହାଯାଇଥିଲା କିନ୍ତୁ ଅନନ୍ୟା ଅପରାହ୍ନ ୨ଟା ୩୦ରେ ପହଞ୍ଚିଥିଲେ । ସେହିଭଳି ଗୁରୁବାର ଅନନ୍ୟାଙ୍କୁ ଅପରାହ୍ନ ୨ଟା ବେଳେ ଡାକିଥିବା ବେଳେ ଅନନ୍ୟା ୪ଟା ବେଳେ ପହଞ୍ଚିଥିଲେ । ଯେଉଁଥିପାଇଁ ପଚରାଉଚରା ଶେଷ କରିପାରିନଥିଲା ଏନସିବି ।

ଲଗାତାର ଦୁଇ ଦିନ ବିଳମ୍ବରେ ପହଞ୍ଚିବା କାରଣରୁ ଶୁକ୍ରବାର ଅନନ୍ୟାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ସମୀର ୱାଙ୍ଖଡେ । ଅନନ୍ୟାଙ୍କୁ ଆଇନର ପାଠ ପଢାଇବା ସହ ସମୀର କହିଥିଲେ, ଆପଣଙ୍କୁ ୧୧ଟା ବେଳେ ଡକାଯାଇଥିବା ବେଳେ ଆପଣ ବିଳମ୍ବରେ ଆସୁଛନ୍ତି । ଏନସିବି ଏକ କେନ୍ଦ୍ରୀୟ ଏଜେନ୍ସିଂ, କୌଣସି ପ୍ରଡକସନ ହାଉସ ନୁହେଁ । ଏଠାରେ ଅଧିକାରୀ ତୁମକୁ ଅପେକ୍ଷା କରି ବସିବେ ନାହିଁ । ଯେତେବେଳେ ଡକାଯାଉଛି ସେତେବେଳେ ଆସ ବୋଲି ସମୀର କହିଥିବା ସୂଚନା ମିଳିଛି ।
ଅନ୍ୟପଟେ ୨ ଦିନ ମଧ୍ୟରେ ଏନସିବି ଅନନ୍ୟାଙ୍କୁ ଜେରା ବେଳେ ଅନେକ ଗୁଡିଏ ପ୍ରଶ୍ନ ପଚାରିଥିଲା ।
ଅନନ୍ୟାଙ୍କୁ ଏନସିବିର ପ୍ରଶ୍ନ
– ଆରୟନଙ୍କ ସହ ଡ୍ରଗ୍ସ ବାବଦରେ କେତେଥର କଥା ହୋଇଛନ୍ତି?
– ଆପଣଙ୍କୁ କିଏ ଡ୍ରଗ୍ସ ସପ୍ଲାଇ କରନ୍ତି?
– କୌଣସି ଦୋକାନୀ ଠାରୁ ସିଧାସଳଖ କିଣନ୍ତି କି?
– ଥରକେ କେତେ ପରିମାଣ ଡ୍ରଗ୍ସ କିଣନ୍ତି?
– ଆରୟନଙ୍କ ସହ କେବେଠାରୁ ଡ୍ରଗ୍ସ ସେବନ କରୁଛନ୍ତି?
-ଆପଣଙ୍କ ସହ ଆଉ କିଏ କିଏ ଡଗ୍ସ ସେବନ କରନ୍ତି?
– ଡଗ୍ସ କିଣିବା ପରେ ଦୋକାନୀକୁ କିଭଳି ପେମେଂଟ କରାଯାଏ?
– ଇଲୋକ୍ଟ୍ରୋନିକ୍ ପେମେଂଟ, ଟ୍ରାନ୍ସଫର ନା ନଗଦ?
– ଡ୍ରଗ୍ସ ପେଡଲରକୁ କେଉଁଠି ଭେଟନ୍ତି?
– ଆପଣଙ୍କୁ ଡ୍ରଗ୍ସ ଯୋଗାଉଥିବା ଲୋକଙ୍କ ନାମ କଣ?