ବହୁଦିନ ଦିନ ଧରି ଲାଗି ରହୁଛି ଥଣ୍ଡା, କରୋନା ରିପୋର୍ଟ ଆସୁଛି ନେଗେଟିଭ୍: କାରଣ ଖୋଜିବ ଆଇଏଲଏସ୍

183

କନକ ବ୍ୟୁରୋ: ବହୁଦିନ ଦିନ ଧରି ଲାଗି ରହୁଛି ଥଣ୍ଡା ସର୍ଦି । ବେଶ୍ କିଛି ଦିନ ଜ୍ୱର ବି ଲାଗି ରହୁଛି । ତେବେ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି, ଜ୍ୱର , ଥଣ୍ଡା ଥିଲେ ବି ଆରଟିପିସିଆର ଟେଷ୍ଟରେ କରୋନା ରିପୋର୍ଟ ନେଗେଟିଭ୍ ଆସୁଛି । ଏହାକୁ ନେଇ ସାଧାରଣ ଲୋକ ନୁହଁନ୍ତି, ବିଶେଷଜ୍ଞମାନଙ୍କ ମଧ୍ୟରେ ବି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାର କାରଣ ଖୋଜିବା ପାଇଁ ଆଇଏଲଏସ୍, ପକ୍ଷରୁ ଜିନମ ସିକୁଏନ୍ସିଂ କରାଯିବ ।

ବିଶେଷଜ୍ଞଙ୍କ କହିବା କଥା, କରୋନାର ନୂଆ ମ୍ୟୁଟାଂଟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହିଁ, ଏବଂ ତୃତୀୟ ଲହର ନେଇ କୌଣସି ପ୍ରମାଣ ମିଳିନାହିଁ । ଏହା ସତ୍ୱେ ଅନେକ ଲୋକଙ୍କ ନିକଟରେ ଥଣ୍ଡା, ସର୍ଦି ଦେଖାଯାଉଛି । ସବୁଠାରୁ ବଡ କଥା ହେଲା ସେମାନଙ୍କ ମଧ୍ୟରୁ ଅଧିକାଂଶର କରୋନା ରିପୋର୍ଟ ନେଗେଟିଭ୍ ଆସୁଛି । କଣ ପାଇଁ ଏପରି ହେଉଛି, ଏନେଇ ଅନୁଧ୍ୟାନ କରାଯାଉଛି ।