କନକ ବ୍ୟୁରୋ: ବହୁଦିନ ଦିନ ଧରି ଲାଗି ରହୁଛି ଥଣ୍ଡା ସର୍ଦି । ବେଶ୍ କିଛି ଦିନ ଜ୍ୱର ବି ଲାଗି ରହୁଛି । ତେବେ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି, ଜ୍ୱର , ଥଣ୍ଡା ଥିଲେ ବି ଆରଟିପିସିଆର ଟେଷ୍ଟରେ କରୋନା ରିପୋର୍ଟ ନେଗେଟିଭ୍ ଆସୁଛି । ଏହାକୁ ନେଇ ସାଧାରଣ ଲୋକ ନୁହଁନ୍ତି, ବିଶେଷଜ୍ଞମାନଙ୍କ ମଧ୍ୟରେ ବି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାର କାରଣ ଖୋଜିବା ପାଇଁ ଆଇଏଲଏସ୍, ପକ୍ଷରୁ ଜିନମ ସିକୁଏନ୍ସିଂ କରାଯିବ ।
ବିଶେଷଜ୍ଞଙ୍କ କହିବା କଥା, କରୋନାର ନୂଆ ମ୍ୟୁଟାଂଟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହିଁ, ଏବଂ ତୃତୀୟ ଲହର ନେଇ କୌଣସି ପ୍ରମାଣ ମିଳିନାହିଁ । ଏହା ସତ୍ୱେ ଅନେକ ଲୋକଙ୍କ ନିକଟରେ ଥଣ୍ଡା, ସର୍ଦି ଦେଖାଯାଉଛି । ସବୁଠାରୁ ବଡ କଥା ହେଲା ସେମାନଙ୍କ ମଧ୍ୟରୁ ଅଧିକାଂଶର କରୋନା ରିପୋର୍ଟ ନେଗେଟିଭ୍ ଆସୁଛି । କଣ ପାଇଁ ଏପରି ହେଉଛି, ଏନେଇ ଅନୁଧ୍ୟାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/20200626236L.jpg)