କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଏହାରି ଭିତରେ ୩୦ ଦିନ ପୂରିଛି । ଏହି ମାମଲାରେ ଅଭିଯୁକ୍ତ ଗୋପାଳକୁ ପୋଲିସ ଗିରଫ କରିଛି । ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଥିବାବେଳେ
ଅସମାହିତ ପ୍ରଶ୍ନ
ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା? ସେନେଇ କିଛି ସ୍ପଷ୍ଟ କରିନାହିଁ । ଏହା ବ୍ୟକ୍ତିଗତ ଶତ୍ରୁତା ନା ସୁପାରି କିଲିଂ? ହତ୍ୟା ପଛରେ କିଛି ବ୍ୟବସାୟିକ ଅଥବା ରାଜନୈତିକ ଲିଙ୍କ ରହିଛି କି? ଅଭିଯୁକ୍ତ ଗୋପାଳକୁ ପୋଲିସ ଗିରଫ କରିବା ପରେ କ୍ରାଇମବ୍ରାଂଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହାରି ଭିତରେ ଗୋପାଳକୁ ୧୩ ଦିନ ରିମାଣ୍ଡରେ ନେଇ ଜେରା କରିଛି ତଦନ୍ତକାରୀ ସଂସ୍ଥା । ଦେଶର ପ୍ରମୁଖ ସଂସ୍ଥାମାନଙ୍କୁ ନିୟୋଜିତ କରି ଓଚ୍ଛ କାଢିବାକୁ ଉଦ୍ୟମ କରୁଛି । ଗୁଜରାଟ ନେଇ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ବି କରାଯାଇଛି । କେବଳ ସେତିକି ନୁହେଁ ଏସବିରି ମାନସିକ ଡାକ୍ତରଙ୍କ ଟିମରୁ ନେଇ ନିମହାନ୍ସର ଟିମ୍ ଯାଏଁ ଅଭିଯୁକ୍ତର ମାନସିକ ସ୍ଥିତି ଯାଂଚ କରିଛନ୍ତି । ତଥାପି କ୍ରାଇମବ୍ରାଂଚ ତଦନ୍ତକୁ ନେଇ ଉଠୁଥିବା ପ୍ରଶ୍ନ ଉପରୁ ପରଦା ଉଠାଇ ପାରିନାହିଁ । ତେଣୁ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଛନ୍ତି ।

Advertisment

ଏଥିସହ କ୍ରାଇମବ୍ରାଂଚର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରି ବିଧାନସଭାରେ ପ୍ରଶ୍ନ କରିଛନ୍ତି ନରସିଂହ । ଗତ ୧୦ ମଧ୍ୟରେ କ୍ରାଇମ୍ବ୍ରାଂଚ୍ କେତୋଟି ମାମଲାର ତଦନ୍ତଭାର ହାତକୁ ନେଇଛି, ସେନେଇ ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା । ପ୍ରଶ୍ନର ଉତର ଦେଇ ସରକାର କହିଛନ୍ତି

- ଗତ ୧୦ ବର୍ଷରେ ୨୨୫ଟି ମାମଲାର ତଦନ୍ତ ଭାର କ୍ରାଇମ୍ବ୍ରାଂଚ୍କୁ ଦିଆଯାଇଛି
- ସେଥିମଧ୍ୟରୁ ମାତ୍ର ୮୮ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା
- ୮୯ଟି ମାମଲାରେ ୨୦ ବର୍ଷ ହେଲା ତଦନ୍ତ ଚାଲିଛି

ଏଭଳି ପରିସ୍ଥିତିରେ କ୍ରାଇମ୍ବ୍ରାଂଚ ଉପରେ କିପରି ଭରସା ଆସିବ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । କେବଳ ସେତିକି ନୁହେଁ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ହେଉଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନରସିଂହ । ପାଟଣାଗଡ, ଟିଟଲାଗଡ ଏବଂ ଚିଟ୍ଫଣ୍ଡ ମାମଲାରେ ସିବିଆଇ କାର୍ଯ୍ୟଧାରା ଠିକ୍ ନଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର । ତେଣୁ ସେ ପୁଣିଥରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି ଉଠାଇଛନ୍ତି ।