ରାଜସ୍ଥାନ ଉପରେ ଭାରି ପଡ଼ିଲା ବାଙ୍ଗାଲୋର । ମ୍ୟାକ୍ସୱେଲ ଓ ଭରତଙ୍କ ବିସ୍ଫୋରକ ବ୍ୟାଟିଂରେ ୭ ୱିକେଟରେ ବିଜୟୀ ହେଲା ରେଡ୍ ଆର୍ମି ।

181

କନକ ବ୍ୟୁରୋ : ଆଇପିଏଲ ଲଢ଼େଇ । ବୁଧବାର ବଡ଼ ଟକ୍କରରେ ବାଜି ମାରିନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମ୍ୟାକ୍ସୱେଲଙ୍କ ଧୂଆଁଦାର ବ୍ୟାଟିଂରେ ଘାଇଲା ହେଲା ରାଜସ୍ଥାନ ରୟାଲ୍ସ ।  ୭ ୱିକେଟରେ ଜିତି ବିଜୟୀ ହେଲା ରେଡ୍ ଆର୍ମି । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ । ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇଥିଲା ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ । ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵକେଟ୍‌ ହରାଇ ୧୫୦ ରନ୍‌ ସଂଗ୍ରହ କରିବା ପରେ ବାଙ୍ଗାଲୋରକୁ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ।

ଏହାପରେ ଦ୍ୱିତୀୟ ପାଳିରେ ପଡ଼ିଆକୁ ଓହ୍ଳାଇଥିଲା ଆରସିବି । ପ୍ରଥମେ କପ୍ତାନ କୋହଲୀ ଓ ପାଡ଼ିକଲଙ୍କ ଯୋଡ଼ି ଧୂଆଁଦାର ଆରମ୍ଭ ଦେଇଥିଲେ । ପାଡିକଲଙ୍କ ୱିକେଟ ପତନ ପରେ କୋହଲୀ ରନ୍-ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ହେଲେ ଭରତ ଓ ମ୍ୟାକ୍ସିୱେଲଙ୍କ ଯୋଡ଼ିର ବିସ୍ଫୋଟକ ବ୍ୟାଟିଂ ଆଗରେ ମାତ୍ର ୧୭ ଓଭର ୧ ବଲ୍ ଭିତରେ ଦଳକୁ ବିଜୟ ଆଣିଦେଇଛନ୍ତି ।