କନକ ବ୍ୟୁରୋ: ଚଳିତ ଆଇପିଲର ପ୍ରଥମ ବିଜୟ ହାସଲ କଲା କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ମାତ୍ ଦେଲା କେକେଆର । ୨୦ ଓଭର ଖେଳି ୧୪୩ ରନର ବିଜୟ ଲକ୍ଷ୍ୟ କୋଲକାତା ସାମ୍ନାରେ ରଖିଥିଲା ହାଇଦ୍ରାବାଦ୍ । ଜବାବରେ କୋଲକାତା ମାତ୍ର ୩ ୱିକେଟ୍ ହରାଇ ୧୮ ଖେଳି ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିଛି ।
ତେବେ ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଲକାତାର ବୋଲିଂ ସାମ୍ନାରେ ଦଳ ବଡ଼ ରନ୍ କରିବାରେ ସକ୍ଷମ ହୋଇପାରିନଥିଲା । ଆଉ କୋଲକାତା ପାଖରେ ବଡ଼ ବ୍ୟାଟିଂ ଲାଇନଅପ୍ ଥିବାରୁ ଦଳ ଅତି ସହଜରେ ବିଜୟ ହାସଲ କରିନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Ei21LSPU8AIw7LO.jpg)