ପୁଣି ଚିତ୍ ହୋଇଗଲା ଧୋନୀ ବାହିନୀ । ଦୁବାଇରେ ଦ୍ୱିତୀୟ ବିଜୟ ହାସଲ କଲା ଦିଲ୍ଲୀ, ଯୁବ ବୋଲିଂ ସାମ୍ନାରେ ଲଗାତାର ଦ୍ୱିତୀୟ ଥର ପରାଜୟର ସ୍ୱାଦ ଚାଖିଲା ଚେନ୍ନାଇ ।

2,041
କନକ ବ୍ୟୁରୋ: ଦ୍ୱିତୀୟ ମ୍ୟାଚ୍ ବି ଦଖଲ କଲା ଦିଲ୍ଲୀ । ଅଭିଜ୍ଞ ଧୋନୀ ଉପରେ ଭାରି ପଡ଼ିଲେ ଯୁବ ଖେଳାଳି । ୧୭୬ ରନ୍ ର ବିଜୟ ଲକ୍ଷ୍ୟକୁ ହାସଲ କରିବାବେଳେ ଅଧାରେ ଚିତ୍ ହୋଇଗଲା ଚେନ୍ନାଇ । ୭ ୱିକେଟ୍ ହରାଇ ମାତ୍ର ୧୩୧ ରନ୍ କରିବାରେ ସକ୍ଷମ ହୋଇପାରିଛି ଧୋନୀ ବାହିନୀ । କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଲା ଚେନ୍ନାଇ ।
ତେବେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଚେନ୍ନାଇ-ଦିଲ୍ଲୀ ମଧ୍ୟରେ ଆଇପିଏଲର ଏହି ଦମଦାର ମ୍ୟାଚରେ ପ୍ରଥମେ ଟସ୍ ଜିତି ଚେନ୍ନାଇ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ପାଖରେ ବୋଲିଂ ଅର୍ଡର ଭଲ ଥିବାରୁ ଦଳ ଦିଲ୍ଲୀକୁ କମ୍ ରନରେ ରୋକିବାକୁ ଲକ୍ଷ୍ୟ ରଖିଥିଲା କିନ୍ତୁ ଯୁବଦଳକୁ ଧୋନୀ ବାହିନୀ ଉପରେ ଖେଳର ପ୍ରଥମାର୍ଦ୍ଧରେ ଭାରି ପଡ଼ିଥିଲା । ଏବଂ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୭୫ ରନ୍ କରି ଚେନ୍ନାଇକୁ ୧୭୬ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ ।