ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

690

କନକ ବ୍ୟୁରୋ: ଦୁର୍ଘଟଣା ପାଇଁ ଦାୟୀ ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ ପରେ ପ୍ରଧାନମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ବାଲେଶ୍ୱର ମେଡିକାଲରେ ଆହତଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହିଭଳି ଦୁର୍ଘଟଣା ବିଚଳିତ କରିବା ଭଳି ତା ସହ ହୃଦୟ ବିଦାରକ ମଧ୍ୟ ।