ରାଜ୍ୟରେ ସଂକ୍ରମଣ ହାର କମିବା ଭଲ ସଂକେତ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୨୩ରୁ କମି ୯ ପ୍ରତିଶତରେ ପହଞ୍ଚିଲାଣି ପଜିଟିଭ ହାର ।

225

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ କମୁଛି । ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତମାନ ଏହା ଧୀରେ ଧୀରେ କମି ୯ ପ୍ରତିଶତରେ ପହଂଚିଲାଣି । ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି ବୋଲି ଏମିତି କିଛି ଭଲ ସଙ୍କେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅନ୍ୟପଟେ ଗତ ୨୪ ଘଂଟାରେ ୭ହଜାର ୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୯୨୧ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୩ ହଜାର ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୪୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୧୧ଶହ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୭୭୧, ଯାଜପୁର ୪୮୬,ଅନୁଗୁଳରୁ ୩୮୮, ମୟୂରଭଂଜରୁ ୩୭୦, ବାଲେଶ୍ୱର ୩୩୧, ପୁରୀରୁ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ବଡ଼କଥା ହେଲା, ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ୮ଲକ୍ଷ ୧୩ ହଜାର ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇଛନ୍ତି । ଏବେବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୭୮ ହଜାର ୩୧ଜଣ । ଜୁନ ମାସର ପ୍ରଥମ ୬ ଦିନରେ ୪୮ ହଜାର ୯୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୦ଜଣଙ୍କ ମୁଣ୍ଡ ନେଇଛି କରୋନା ।