ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ଯାତ୍ରା ମନା । ଏଥର ଖଣ୍ଡଗିରି ଯାତ୍ରା ପଣ୍ଡାଲରେ ନାଚିବେନି ଆଇଟମ୍ ଗର୍ଲ ରାନୀ ପଣ୍ଡା, ବ୍ୟାନ୍ ନେଇ ବିଷ ଓଗାଳିଲେ । କହିଲେ, ଯୋଉଠି ନାଚିବି ସେଠି ପାଲଟିବ ଖଣ୍ଡଗିରି ମେଳା ।   

954

କନକ ବ୍ୟୁରୋ: ଫେବୃଆରୀ ୧ରୁ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା  । ହେଲେ ପାଂଚ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଗତବର୍ଷ ଖଣ୍ଡଗିରି ମେଳାରେ ବିବାଦୀୟ ଆଇଟମ୍ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ରାନୀ ପଣ୍ଡାଙ୍କୁ ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଦେଖିବାକୁ ମିଳିବନି ରାନୀ ପଣ୍ଡାଙ୍କ ଡ୍ୟାନ୍ସ ।

ଏପରିିକି ସଚିଦାନନ୍ଦ ଗଣନାଟ୍ୟର ଯାତ୍ରା ବି ଦର୍ଶକ ଦେଖିବାକୁ ପାଇବେ ନାହିଁ । ଗତ ବର୍ଷ ଖଣ୍ଡଗିରି ଯାତ୍ରାରେ ରେକର୍ଡ ଡ୍ୟାନ୍ସରେ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କ ଅଶ୍ଳୀନ ନୃତୀ ସମସ୍ତ ସୀମା ଟପିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହି ବିବାଦ ଯୋଗୁଁ  ଚଳିତ ବର୍ଷ ରାନୀଙ୍କୁ ଖଣ୍ଡଗିରି ମେଳାରୁ ବାଛନ୍ଦ କରାଯାଇଛି । ତେବେ ରାନୀ କହିଛନ୍ତି ସେ ଯେଉଁଠି ନାଚିବେ ସେଠି ଖଣ୍ଡଗିରି ମେଳା ହେବ । ଏହା ସହ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ସେ ନାଚିଲେ ଅନ୍ୟମାନଙ୍କ ବେପାର ବୁଡ଼ିଯିବ ବୋଲି ଷଡ଼ଯନ୍ତ୍ର କରି ମୋତେ ମେଳାରୁ ବ୍ୟାନ୍ କରାଯାଇଛି ବୋଲି ଖୋଲାଖୋଲି କହିଛନ୍ତି ରାନୀ ।

ରାନୀ ଆହୁରି ମଧ୍ୟ କହିଛନ୍ତି, ମୁଁ କେବଳ ଖଣ୍ଡଗିରି ମେଳାରେ ନାଚିଲେ ଲୋକମାନେ ମୋତେ ଦେଖିବେ ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ । ମୋ ପାଇଁ ଏକ ଯାତ୍ରା ଅନୁଷ୍ଠାନକୁ ବାରଣ କରିବା ନିଶ୍ଚିତ ନିନ୍ଦନୀୟ  । ଏହା ଦ୍ୱାରା କୌଣସି କଳାକାରର ପ୍ରତିଭା ଲୁକାୟିତ ହେବନାହିଁ ବରଂ ସେ ଅଧିକ ଉତ୍ସାହ ହେବ । ଦୁଃଖ ଲାଗୁଛି ଅନ୍ୟ ଯାତ୍ରା ପାର୍ଟିରେ ମୋ ଠାରୁ ଅଧିକ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛିଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ପ୍ରୋତ୍ସାହିତ କରୁଛି ମୋତେ ବାରଣ କରାଗଲା କାହିଁକି?