ସରକାରୀ ବାବୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । ମିଳିଲା ୧୩ ଲକ୍ଷରୁ ଅଧିକ ଟଙ୍କା, ଭୁବନେଶ୍ୱର ଓ ବାଲେଶ୍ୱରରେ ରହିଛି ୪ ମହଲା ଘର ।

250

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆଇଟିଡିଏ ଅଧିକାରୀ ସନ୍ତୋଷ ଦାସଙ୍କ ବିଭିନ୍ନ ଠିକଣାରୁ ଠାବ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଏହି ଚଢଉ ବେଳେ ୧୩ ଲକ୍ଷ ୬୦ ହଜାର ନଗଦ ଟଙ୍କା ଜବତ ହୋଇଛି । ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଭୁବନେଶ୍ୱର ଓ ବାଲେଶ୍ୱରରେ ୪ ମହଲା ବିଶିଷ୍ଟ ଘର ରହିଛି ।

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ପ୍ରାୟ ୪୫ଜଣିଆ ଭିଜିଲାନ୍ସ ଟିମ୍ ଏହି ଚଢାଉ କରୁଛି । ବାଲିଆପାଳ ଓ ଭୋଗରାଇ ସ୍ଥିତ ପୈତୃକ ବାସଭବନରେ ଓ ବାରିପଦା ଭଞ୍ଜପୁର ସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱରରେ ୩ଟି ସ୍ଥାନ, ବାଲେଶ୍ୱରରେ ୫ଟି ସ୍ଥାନ ଓ ମୟୂରଭଞ୍ଜର ୩ଟି ସ୍ଥାନରେ ଏହି ଚଢାଉ କରାଯାଉଛି । ୮ବର୍ଷ ଧରି ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ତାଙ୍କ ନାଁରେ ବହୁ ଦୁର୍ନୀତିରେ ସାମିଲ ଥିବା ନେଇ ଅଭିଯୋଗ ରହିଛି ।