ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ: ସନ୍ତୋଷଙ୍କୁ ଗିରଫ କଲା ଭିଜିଲାନ୍ସ

172

କନକ ବ୍ୟୁରୋ: ବାରିପଦା ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ । ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ବିପୁଳ ସମ୍ପତ୍ତି । ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲା । ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରିଥିଲା ପୋଲିସ । ଯନ୍ତ୍ରୀ ସନ୍ତୋଷ ଦାସ ଓ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି ।

ଆଇଟିଡ଼ିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ କାଲି ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ପାଖରୁ ୨ହଜାର ଟଙ୍କିଆ ରୂପା ନୋଟ ଜବତ ହୋଇଥିଲା । ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ସନ୍ତୋଷଙ୍କ ବିଭିନ୍ନ ଠିକଣାରୁ ଠାବ ହୋଇଥିଲା ୨ କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କା ।

ତେବେ ଏସବୁ ଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ ଗତ କିଛି ଦିନ ଭିତରେ ଭିଜିଲାନ୍ସ ରେଡରେ ଅଧିକ ଟଙ୍କା ଜବତ ହୋଇଥିବା ମାମଲାରେ ଟପରେ ରହିଛନ୍ତି ସନ୍ତୋଷ କୁମାର ଦାସ । ସେହିଭଳି ଗତ କିଛିଦିନ ପୂର୍ବେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ପ୍ରତାପଙ୍କ ଘରୁ ଭିଜିଲାନ୍ସ ନଗଦ ୩୮,୧୨, ୯୦୦ ଟଙ୍କା ଜବତ କରିଥିଲା । ଆଉ ଏହି ତାଲିକାରେ ପ୍ରତାପ ଟପ୍-୨ରେ ରହିଛନ୍ତି ।