କୋରାପୁଟରେ କୁପୋଷଣ ଦୂର କରିବା ପାଇଁ ପ୍ରୟାସ । ଅପପୃଷ୍ଟି ରୋକିବା ଲାଗି ସମ୍ପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଆଇଟିସି ଗ୍ରୁପ । 

Advertisment
କୋରାପୁଟରେ କୁପୋଷଣ ଦୂର କରିବା ପାଇଁ ପ୍ରୟାସ । ଅପପୃଷ୍ଟି ରୋକିବା ଲାଗି ସମ୍ପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଆଇଟିସି ଗ୍ରୁପ । 

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଅପପୃଷ୍ଟି ରୋକିବ ଆଇଟିସି ଗ୍ରୁପ। ନୋଡ଼ାଲ ବ୍ଳକ ଭାବେ ସ୍ଥାନ ପାଇଛି ଜିଲ୍ଳାର ଦଶମନ୍ତପୁର ଓ ଲମତାପୁଟ ବ୍ଳକ। ଅପପୃଷ୍ଟିର କାରଣ ଖୋଜିବା ସହିତ ସଚେତନ ଯୋଗାଇବେ। ଆବଶ୍ୟକ ପରିମାଣରେ ଫଳ ଗଛ ଲଗାଇବେ। ଏଥିପାଇଁ ଜୟପୁରରେ ଥିବା ସ୍ୱାମିନାଥନ ଗବେଷଣା ପ୍ରତିଷ୍ଠାନ ସହ ଚୁକ୍ତି କରିଛି।

  • କୋରାପୁଟ ଜିଲ୍ଲାରେ ଅପପୃଷ୍ଟି ରୋକିବାକୁ ପ୍ରୟାସ
  • ଦଶମନ୍ତପୁର ଓ ଲମତାପୁଟରୁ ଆଇଟିସି ଗ୍ରୁପର ଅଭିଯାନ ଆରମ୍ଭ
  • ଫଳ ଗଛ ଲଗାଇବାକୁ ସମ୍ପୋଷଣ କାର୍ଯ୍ୟକ୍ରମ

କୋରାପୁଟ ଜିଲ୍ଳା ସବୁବେଳେ ଅପପୃଷ୍ଟି  ପାଇଁ ଚର୍ଚ୍ଚାରେ ରହି ଆସିଛି। ଉତ୍ତମ ଜଳବାୟୁ ଓ ସନ୍ତୁଳିତ ପରିବେଶ ସତ୍ୱେ କାହିଁକି ଏଠିକାର ପିଲାମାନେ ଅପପୃଷ୍ଟିର ଶିକାର ହେଉଛନ୍ତି। ପ୍ରତ୍ୟେକ ମେଡ଼ିକାଲରେ ଅପପୃଷ୍ଟିରେ ପୀଡିତ ଶିଶୁଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଆଇଟିସି ଗ୍ରୁପ୍ ତରଫରୁ ସମ୍ପୋଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଲମତାପୁଟ ଓ ଦଶମନ୍ତପୁର ବ୍ଳକରେ ପ୍ରଥମ ବର୍ଷରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ଏହି ଗ୍ରୁପ। ଏହି ଟଙ୍କା ସିଏସଆରସି ପାଣ୍ଠିରୁ ଖର୍ଚ୍ଚ କରାଯିବ। ପୂର୍ବରୁ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟରେ ଏହି କାର୍ଯ୍ୟକାରି କରି ସଫଳ ହୋଇଥିବା କହିଛନ୍ତି ସିଏସଆରସି ଗ୍ରୁପ ମୁଖ୍ୟ।

କୋରାପୁଟର ଗ୍ରାମାଞ୍ଚଳରେ ଅଧିକାଂଶ ଶିଶୁ ଅପପୃଷ୍ଟିର ଶିକାର ହୋଇଥାନ୍ତି। କାରଣ ଲୋକମାନେ ଅଧିକ ପରିଶ୍ରମୀ କରନ୍ତି, କିନ୍ତୁ ପେଟପୁରା ଖାଦ୍ୟ ଖାଆନ୍ତି ନାହିଁ। ଯାହା ଖାଉଛନ୍ତି ସେଥିରେ ଭିଟାମିନ୍ ରହୁନାହିଁ । ଅପପୃଷ୍ଚି ଦୂରେଇବାକୁ ହେଲେ ଯଥେଷ୍ଟ ପରିମାଣରେ ଭିଟାମିନ, କ୍ୟାଲସିୟମ ଯୁକ୍ତ ଫଳ ଖାଇବାକୁ ପଡ଼ିବ। ଅମୃତଭଣ୍ଡା, ସଜନାଶାଗ, କଦଳୀ ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ତେଣୁ ସମ୍ପୋଷଣ କାର୍ଯ୍ୟକ୍ରମ ଜରିଆରେ ଏହି ସବୁ ଗଛ ଲଗାଇବାକୁ ପଡ଼ିବ। ଏଥିପାଇଁ ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତା ଜରୁରୀ। ସେମାନଙ୍କୁ ତାଲିମ ଦେଇ ଲୋକଙ୍କ ସହ ସଂପର୍କ ସ୍ଥାପନ କରି ଯୋଜନାକୁ ସଫଳ କରିବାକୁ ଚେଷ୍ଟା କରୁଛି ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ । ନୋଡ଼ାଲ ବ୍ଳକ ଭାବେ ବଛାଯାଇଥିବା ଏହି ୨ଟି ବ୍ଳକରେ ଯୋଜନା ସଫଳ ହେଲେ ଅନ୍ୟ ବ୍ଳକରେ ମଧ୍ୟ  କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe