ସାହସୀ ଯବାନଙ୍କୁ ସଲାମ । ପାହାଡ ଉପରୁ ଖସୁଥିଲା ବଡ ବଡ ପଥର, ସୁରକ୍ଷା ଢାଲ ହୋଇ ଛିଡା ହେବା ସହ ବଞ୍ଚାଇଲେ ଶ୍ରଦ୍ଧାଳୁଙ୍କ ଜୀବନ । ଦେଖନ୍ତୁ ସେହି ସମୟର ଛାତିଥରା ଦୃଶ୍ୟ ।

309

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷା ଢାଲ ହୋଇ ଛିଡା ହେଲେ ସେନା ଯବାନ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ୧ ଜୁଲାଇରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭୋଳାବାବାଙ୍କୁ ଦର୍ଶନ କରିବାକୁ ଯାତ୍ରା କରିଛନ୍ତି । ଦୀର୍ଘ ୪୫ ଦିନ ଧରି ଏହି ପବିତ୍ର ଯାତ୍ରା ଚାଲିବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସେନାର ଆଇଟିବିପି ଯବାନ ମାନେ ଦିନରାତି ଏକ କରି ଦେଇଛନ୍ତି । ଯାତ୍ରା ସମୟରେ ଯେପରି କୌଣସି ଅଘଟଣ ନ ଘଟେ ତାହା ଉପରେ କଡା ନଜର ରଖିଛନ୍ତି ସେନାର ଯବାନ ।

ଏସବୁ ଭିତରେ ଅମରନାଥଙ୍କ ଦର୍ଶନ ପାଇଁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ସେନାର ସାହସିକ କାର୍ଯ୍ୟ ପାଇଁ ଏକ ବଡ ଅଘଟଣରୁ ରକ୍ଷା ପାଇ ଯାଇଛନ୍ତି ଶ୍ରଦ୍ଧାଳୁ । ଅମରନାଥଙ୍କ ଯାତ୍ରା ସମୟରେ ପାହାଡରେ ଭୂସ୍ଖଳନ ହେବାରୁ ବଡ ବଡ ପଥର ଖଣ୍ଡ ଖସିଥିଲା ।ତେବେ ଏହା କୌଣସି କ୍ଷତି ପହଞ୍ଚାଇବା ପୂର୍ବରୁ ଶ୍ରଦ୍ଧାଳୁଙ୍କ ଆଗରେ ସୁରକ୍ଷା ଢାଲ ହୋଇ ଛିଡା ହୋଇଥିଲେ ସେନାର ଯବାନ । ଶ୍ରଦ୍ଧାଳୁଙ୍କ ଜୀବନକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦେଇଥିଲେ ଯବାନ ମାନେ । ବଡ ବଡ ପଥର ଖଣ୍ଡକୁ ପାହାଡ ଉପରେ ଅଟକାଇ ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଚାଇଥିଲେ ଯବାନ । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି ।

ଭିଡ଼ିଓ ଅନୁଯାୟୀ, ଭୂସ୍ଖଳନ ଯୋଗୁଁ ପାହାଡ ଉପରେ ବଡ ବଡ ପଥରଖଣ୍ଡ ଖସିଥିଲା । ଆଉ ଏହି ସମୟରେ ସେହି ମାର୍ଗରେ ଅନେକ ଶ୍ରଦ୍ଧାଳୁ ମଧ୍ୟ ଯାତ୍ରା କରୁଥିଲେ । ତେବେ ଏହା ଦେଖିବା ମାତ୍ରେ ଆଇଟିବିପି ଯବାନ ମାନେ ତୁରନ୍ତ ମାନବ ଶୃଙ୍ଖଳା କରିବା ସହ ପଥର ଖଣ୍ଡକୁ ପାହାଡ ଉପରେ ହିଁ ଅଟକାଇଥିଲେ । ଏହାର ଭିଡ଼ିଓ ଆଇଟିବିପି ନିଜର ଟ୍ୱିଟର ପେଜରେ ସେୟାର କରିବା ପରେ ଲୋକମାନେ ଏଭଳି ସାହସିକ କାର୍ଯ୍ୟ ପାଇଁ ଯବାନଙ୍କୁ ସଲାମ କରୁଛନ୍ତି ।