ରକ୍ତ ବରଫ ହୋଇଯିବା ଭଳି ଥଣ୍ଡାରେ ଗଣତନ୍ତ୍ର ଦିବସ ପାଳିଲେ ବୀର ଯବାନ । ମାଇନସ୍ ୨୫ ଡିଗ୍ରୀରେ ପତାକା ଉତୋଳନ, ବରଫ ହ୍ରଦରେ ବି ଫର ଫର ଉଡିଲା ତ୍ରିରଙ୍ଗା ।

287

କନକ ବ୍ୟୁରୋ : ମାଇନସ୍ ୨୫ ଡିଗ୍ରୀ ତାପମାତ୍ରାରେ ଯବାନ ପାଳିଲେ ଗଣତନ୍ତ୍ର ଦିବସ । ହିମାଳୟର ଲଦାଖ୍ ଅଂଚଳରେ ବୀର ଯବାନଙ୍କ ସାହସିକତାର ଝଲକ୍ । ବରଫପାତ ଓ ତାପମାତ୍ରା ମାଇନସ୍ ଡିଗ୍ରୀକୁ ଯିବା ସତ୍ୱେ ପତାକା ଉତୋଳନ କରିଛନ୍ତି ବୀର ଯବାନ । ଏହା ସହ ଲଦାଖରେ ମାଇନସ ଡିଗ୍ରୀ ତାପାମାତ୍ରା ଯୋଗୁଁ ବରଫ ପାଲଟିଥିବା ହ୍ରଦ ଉପରେ ପତାକା ଉଡାଇଛନ୍ତି ବୀର ଯବାନ ।

ଇଣ୍ଡୋ ତିବତ୍ ସୀମା ପୁଲିସ୍ ବା ଆଇଟିବିପି ଯବାନଙ୍କ ପତାକା ଉତୋଳନ ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ସମସ୍ତେ ସଲାମ୍ କରିଛନ୍ତି ଆଇଟିବିପି ଯବାନଙ୍କୁ । ତାପ ମାତ୍ରା ତଳେ ଥିବା ସତ୍ୱେ ବରଫଚାଦର ତଳେ ତ୍ରିରଙ୍ଗା ଉଡ଼ାଇଛନ୍ତି ଆଇଟିବିପି ଦଳ ଆଉ ୧୦ ହଜାର ଫୁଟ୍ ଉଚ୍ଚରେ ଏଭଳି କାରନାମା ସବୁ ମହଲରୁ ପ୍ରଶଂସା ପାଇଛି ।