ଜାମ୍ମୁକାଶ୍ମୀରର ପହଲଗାମରେ ନଦୀକୁ ଖସିଲା ଆଇଟିବିପି ଯବାନଙ୍କ ବସ୍ । ବ୍ରେକ ଫେଲ ହେବାରୁ ଦୁର୍ଘଟଣା । ୭ ଯବାନ ସହିଦ ।

168

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ପହଲଗାମରେ ଆଇଟବିପି ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅମରନାଥ ଯାତ୍ରା ଡ୍ୟୁଟି ସାରି ଫେରୁଥିବା ଆଇଟବିପି ଯବାନଙ୍କ ବସଟି ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା । ଦୁର୍ଘଟଣାସ୍ଥଳରେ ୬ ଯବାନ ସହିଦ ହୋଇଥିବା ବେଳେ ୨୫ ଯବାନ ଓ ୨ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସ୍ୱାଧୀନତା ଦିବସର ଦିନକ ପରେ ଦୁର୍ଘଟଣାରେ ଯବାନଙ୍କ ମୃତାହତ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ବସର ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହି ଦୁର୍ଘଟଣା ଘଟିଥିଲା ସକାଳ ୧୦ରୁ ୧୧ଟା ସମୟରେ । ଜମ୍ମୁ କଶ୍ମୀରର ପହଲଗାମ ଏବଂ ଚନ୍ଦନୱାଡା ମଧ୍ୟରେ ଆଇଟିବିପିର ଜେକେ୦୩ଏ ୩୨୯୬ ବସଟି ଯାଉଥିଲା । ବସରେ ଥିଲେ ୩୭ ଆଇଟିବିପି ଯବାନ ଏବଂ ଦୁଇ ପୁଲିସ ଅଧିକାରୀ । ବସଟି ଦୁର୍ଘଟଣାର ଶିକାର ହୋଇ ନଦୀକୁ ଖସିପଡିଥିଲା । ଘଟଣାସ୍ଥଳରେ ୬ ଯବାନ ସହିଦ ହୋଇଥିବା ବେଳେ ୨୫ ଯବାନ ଏବଂ ଦୁଇ ପୁଲିସ କର୍ମୀ ଆହତ ହୋଇଥିଲେ । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସରେ ନେଇଥିଲେ । ପରେ ଗୁରୁତରଙ୍କୁ ଏୟାରଲିଫ୍ଟ କରାଯାଇ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି ।

  • ଅମରନାଥ ଯାତ୍ରାରୁ ଶେଷ ଯାତ୍ରା
  • ବ୍ରେକ ଫେଲରୁ ଦୁର୍ଘଟଣା !
  • ରହିଛି କି ଆତଙ୍କବାଦୀ ଲିଙ୍କ୍?

ବସରେ ଥିବା ଯବାନମାନେ ଅମରନାଥରୁ ଡ୍ୟୁଟି ସାରି ଫେରୁଥିଲେ । ସବୁକିଛି ସ୍ୱାଭାବିକ ଥିଲା । କିନ୍ତୁ ପହଲଗାମ ଏବଂ ଚନ୍ଦନୱାଡା ମଧ୍ୟରେ ଯାଉଥିବା ବେଳେ ଆଇଟିବିପି ବସର ବ୍ରେକ୍ ଫେଲ୍ ମାରିଥିଲା ବୋଲି କୁହାଯାଉଛି । ଏହାପରେ ନଦୀକୁ ଖସିପଡିଥିଲା ବସ୍ । ଅନ୍ୟପଟେ ବସରେ ବ୍ରେକ୍ ଫେଲ୍ ପରେ ଆତଙ୍କବାଦୀ ଲିଙ୍କର ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଯାହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ସ୍ୱାଧୀନତା ଦିବସର ପର ଦିନ ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବଧ କରି ଦେଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁମୁ,ର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।