କନକ ବ୍ୟୁରୋ : ଚାଲିଛି ଅମରନାଥ ଯାତ୍ରା । ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି ଆଇଟିବିପି ଯବାନ । ତେବେ କିପରି ସ୍ଥିତିରେ ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ଆଇଟିବିପି ଜବାନ । ଏକଥା କେବେ ଆପଣ ଚିନ୍ତା କରିଛନ୍ତି । ଏକ ଭିଡିଓରେ ଆଇଟିବିପି ଯବାନ ନିଜ ଜୀବନକୁ ବାଜି ଲଗାଇ କେମିତି ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରି ବାବା ବର୍ଫାନୀଙ୍କ ଦର୍ଶନ କରାଇବାକୁ ଆଗକୁ ଯିବାରେ ସହାୟତା କରୁଛନ୍ତି ତାର ଦୃଶ୍ୟ ଦେଖିବାକୁ ମିଳିଛି ।
#WATCH Indo-Tibetan Border Police (ITBP) personnel help pilgrims cross a bridge in Baltal, Jammu & Kashmir. #AmarnathYatra pic.twitter.com/2QmFt3RahY
— ANI (@ANI) July 6, 2019
ସମୁଦ୍ର ପତ୍ତନରୁ ହଜାର ହଜାର ଫୁଟ ଉଚ୍ଚରେ ଥିବା ଏହି ସ୍ଥାନ ହେଉଛି ଜାମ୍ମୁ କାଶ୍ମୀରର ବାଲଟାଲ୍ ଅଂଚଳ । ସୁଉଚ୍ଚ ପର୍ବତ ଆକାଶକୁ ଛୁଇଁଲା ଭଳି ରହିଛି । ତାରି କଡରେ ସରୁ ଅଣ ଓସାରିଆ ରାସ୍ତାରେ ଯିବାକୁ ହେଉଛି ପାଦଚଲା ରାସ୍ତାରେ । ତେବେ ପାହାଡ ଉପରୁ ଖସୁଥିବା ଝରଣା ଜଳ ସହିତ ମଝିରେ ମଝିରେ ବଡ ବଡ ପଥର ଖଣ୍ଡ ବି ଆସୁଛି । ଏଥିରୁ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିବାକୁ ଆଇଟିବିପି ଯବାନ ତିଆରି କରିଛନ୍ତି ହ୍ୟୁମାନ୍ ୱାଲ୍ ବା ମାନବ ପ୍ରାଚୀର । ଅଣ-ଓସାରିଆ ବ୍ରିଜ ଉପରେ ଗୋଟିଏ ପଟକୁ ମୁହଁ କରି ପାଖାପାଖି ଠିଆ ହୋଇଛନ୍ତି ଜବାନମାନେ । ଆଉ ଜବାନଙ୍କ ପଛ ପଟରେ ସୁରକ୍ଷିତ ଭାବେ ବ୍ରିଜ ପାର ହେଉଛନ୍ତି ଶ୍ରଦ୍ଧାଳୁମାନେ । ଏହି ଅଂଚଳ ସମୁଦ୍ର ପତ୍ତନରୁ ୧୨ ହଜାର ଫୁଟ ଉପରେ ଆଇଟିବିପି ଜବାନ ଅମରନାଥ ଯାତ୍ରୀଙ୍କୁ ଆବଶ୍ୟକ ସ୍ଥଳେ ଅମ୍ଳଜାନ ବି ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ ପାଖାପାଖି ୯୦ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ କରିସାରିଲେଣି ।