୨୦୨୦ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଛି ନୂଆଦିଲ୍ଲୀ । ରାଜପଥ ପରେଡ୍ ପାଇଁ ଅଭ୍ୟାସ କରୁଛନ୍ତି ଆଇଟିବିପିର ଯବାନ
ଶୀତୁଆ ସକାଳରେ ଆସିଲା ପରେଡ ଅଭ୍ୟାସର ଚିତ୍ର
କନକ ବ୍ୟୁରୋ: ୨୦୨୦ ମସିହା ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ବି ଆରମ୍ଭ ହୋଇଗଲାଣି ଫୁଲ ଡ୍ରେସ୍ ରିହରସଲ୍ । ଆଇଟିବିପି ଜବାନ ଆଜି ସକାଳେ କରିଛନ୍ତି ପରେଡ୍ ଅଭ୍ୟାସ । ପୁରା ୟୁନିଟ୍ ଫୁଲ୍ ଡ୍ରେସରେ କରିଛନ୍ତି ମାର୍ଚପାଷ୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
Delhi: Indo-Tibetan Border Police (ITBP) band and marching contingents practicing for Republic Day Parade 2020 at Rajpath. pic.twitter.com/AFGwkgZw1i
— ANI (@ANI) January 12, 2020
ସାଧାରଣତଃ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ ହୋଇଥାଏ ଭବ୍ୟ ପରେଡ । ଏହା ଉପରେ ରହିଥାଏ ସାରା ଦେଶର ନଜର । ତିନି ସେନାର ଜବାନ, ଆଇଟିବିପି, ଏନସିସି , ସ୍କାଉଡ୍ ଗାଇଡ୍ ସହିତ ବିଭିନ୍ନ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ମଧ୍ୟ ସାମିଲହେବ ପରେଡରେ । ଏଥିପାଇଁ ଜୋର ଧରିଲାଣି ଅଭ୍ୟାସ କାମ । ଦିଲ୍ଲୀ ରାଜପଥରେ ହେବ ଏହି ଭବ୍ୟ ପରେଡ । ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କଡି କରାଗଲାଣି ।