କନକ ବ୍ୟୁରୋ : ଇଟାଲୀରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମାରିୟୋ ଦାଗୀ । ସେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମାରିୟୋ ଇସ୍ତଫା ଦେବା ପୂର୍ବରୁ ଏନେଇ ସଂସଦରେ ପ୍ରଥମେ ଘୋଷଣା କରିଥିଲେ । ସେ କହିଥିଲେ ଯେଉଁ ରାଜନୈତିକ ଦଳମାନଙ୍କ ମେଣ୍ଟରେ ସେ ସରକାର ଗଠନ କରିଥିଲେ ସେହି ମେଣ୍ଟକୁ ସମ୍ଭାଳିବାକୁ ସେ ସକ୍ଷମ ନୁହଁନ୍ତି । ସେପଟେ ଇସ୍ତଫା ପତ୍ର ପାଇବା ପରେ ରାଷ୍ଟ୍ରପତି ସର୍ଜିୟୋ ମାତାରେଲା କହିଛନ୍ତି କି ଯେ ପର୍ଯ୍ୟନ୍ତ ଆଗାମୀ ନିର୍ବାଚନ ହୋଇନାହିଁ ସେ ପର୍ଯ୍ୟନ୍ତ ମାରିୟୋ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ଚଳାନ୍ତୁ ।

Advertisment

ସେପଟେ ଏହି ମେଣ୍ଟରେ ଥିବା ସବୁଠାରୁ ବଡ ରାଜନୈତିକ ଦଳ ଫାଇଭ ଷ୍ଟାର ମୁଭମେଣ୍ଟ ତରଫରୁ ସଂସଦରେ ଆଗତ ହୋଇ ଥିବା ଅବିଶ୍ୱାସ ପ୍ରସ୍ତାବରେ ଭାଗ ନେବାକୁ ମନା କରିଥିଲା । ଏହାପରେ ମାରିୟୋ ସଂସଦରେ ସହଜରେ ବିଶ୍ୱାସମତ ଜିତିଥିଲେ ବି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ । ସେ କହିଥିଲେ କି ନ୍ୟାସନାଲ ୟୁନିଟ ମେଣ୍ଟ ସରକାରର ଏବେ ଅସ୍ତତ୍ୱ ନାହିଁ ତେଣୁ ଇଟାଲୀରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେବାକୁ ଯାଉଛି ।

କହିରଖୁ କି କିଛିଦିନ ତଳେ ଫାଇଭ ଷ୍ଟାର ମୁଭମେଣ୍ଟ ଅଭିଯୋଗ କରିଥିଲା କି ସରକାର ଦେଶର ଦରବୃଦ୍ଧି ଉପରେ ନଜର ଦେଉ ନାହାଁନ୍ତି ଓ ଦରବୃଦ୍ଧି ପ୍ରସଙ୍ଗରେ କୌଣସି ପଦକ୍ଷେପ ମଧ୍ୟ ନେଉ ନଥିବା ସେମାନେ ଅଭିଯୋଗ କରିଥିଲେ । ଏହାପରେ ନ୍ୟାସନାଲ ଫାଇଭ ଷ୍ଟାର ମୁଭମେଣ୍ଟ ପକ୍ଷରୁ ବିଶ୍ୱାସ ପ୍ରସ୍ତାବରେ ଭାଗ ନେବାକୁ ସହମତି ପ୍ରକାଶ କରିଥିଲା । ସେପଟେ ଅନ୍ୟ ସହଯୋଗୀ ଦଳମାନେ କହିଥିଲେ କି ଯଦି ଫାଇଭ ଷ୍ଟାର ମୁଭମେଣ୍ଟ ବିଶ୍ୱାସ ପ୍ରସ୍ତାବରେ ଭାଗ ନ ନିଏ ତେବେ ସେମାନେ ମେଣ୍ଟରୁ ଓହୁରି ଯିବେ । ସୂଚନା ଥାଉକି ଇଟାଲୀ ସରକାରଙ୍କ କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ଥିଲା । ହେଲେ ଏବେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବାରୁ କୌଣସି ସମୟରେ ରାଷ୍ଟ୍ରପତି ଦେଶରେ ନିର୍ବାଚନ କରାଇବା ନେି ଘୋଷଣା କରିପାରନ୍ତି ।