ବିଶ୍ୱକୁ ଜନଶୂନ୍ୟ କରିଦେବ କି କରୋନା ? ଚୀନ ପରେ ଇରାନ ଓ ଆମେରିକାରେ ସ୍ଥିତି ଗମ୍ଭୀର , ଇଟାଲୀରେ ଗୋଟିଏ ଦିନରେ ୧୩୩ ମୃତ

554

ଇଟାଲିରେ କରୋନା ଭୂତାଣୁର ଆତଙ୍କ । ଗୋଟିଏ ଦିନରେ ଇଟାଲିରେ ୧୩୩ ଜଣ କରୋନା ଆକ୍ରାନ୍ତଙ୍କ ପରେ ସମଗ୍ର ୟୁରୋପରେ ହଇଚଇ ଖେଳି ଯାଇଛି । ସେହିପରି ଗୋଟିଏ ଦିନରେ ୧୪୯୨ ଜଣ ଆକ୍ରାନ୍ତ ଚିହ୍ନଟ ପରେ ଇଟାଲିରେ ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୩୭୫ କୁ ଛୁଇଁଛି । କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଇଟାଲି ଏହାର ମୁକାବିଲା ପାଇଁ ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକଙ୍କୁ ଗୃହବନ୍ଦୀ କରିଛି । ପ୍ରଧାନମନ୍ତ୍ରୀ ଗ୍ୟୁସେପ କୁନ୍ତେ ଏହାର ମୁକାବିଲା ପାଇଁ ରବିବାର ରାତିରେ ସାମ୍ବିଧାନିକ ଆଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ଯାହା ଅପ୍ରେଲ ୩ ତାରିଖ ଯାଏଁ ଲାଗୁ ହେବ ।

ଲୋମ୍ବାର୍ଡି ଓ ଉତ୍ତର ପ୍ରାନ୍ତିୟ ଅଂଚଳରେ ସରକାରୀ କଟକଣା ଲଗାଯାଇଛି । ଏହି ଅଂଚଳକୁ ବାହାର ଲୋକ ଆସିପାରିବେ ନାହିଁ କି ସମ୍ପୃକ୍ତ ଅଂଚଳର ଲୋକ ବାହାରକୁ ଯାଇପାରିବେ ନାହିଁ । କହିବାକୁ ଗଲେ ଲୋମ୍ବାର୍ଡି ଓ ଉତ୍ତରପ୍ରାନ୍ତିୟ ଅଞ୍ଚଳକୁ ଇଟାଲିର ଅନ୍ୟ ଅଞ୍ଚଳ ସହ ବିଚ୍ଛିନ୍ନ କରାଯାଇଛି । ଯାହା ଫଳରେ ଏବେ ପ୍ରାୟ ୧୬୦ ଲକ୍ଷ ଲୋକଙ୍କ ଚଳପ୍ରଚଳ ଉପରେ ରୋକ ଲାଗିଛି ।