ବ୍ରିଟେନ ପରେ ଇଟାଲୀରେ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା: ବ୍ରିଟେନରେ ଲକଡାଉନ୍ କଡାକଡି; ମୁକାବିଲା ରଣନୀତି ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟ ଡାକିଲା ଜରୁରୀ ବୈଠକ

ସାମିଲ ହୋଇପାରନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି

311

କନକ ବ୍ୟୁରୋ: ବ୍ରିଟେନ ପରେ ଏବେ ଇଟାଲୀରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅମୁସାରେ, ବ୍ରିଟେନରୁ ଆସିଥିବ ଜଣେ ବ୍ୟକ୍ତିଙ୍କଠାରୁ କରୋନାର ନୂଅ ଷ୍ଟ୍ରେନ ଚିହ୍ନଟ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ଇଟାଲୀର ବୈଦେଶିକ ମନ୍ତ୍ରୀ କହିଛଛନ୍ତି, ଲୋକଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏହି ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି ।

ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ । ଏଥିରେ ଭାରତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ପ୍ରତିନିଧି ଡକ୍ଟର ରାଡରିକୋ ଏଚ୍ ଆଫ୍ରିନ ମଧ୍ୟ ସାମିଲ ହୋଇପାରନ୍ତି । କୁହାଯାଉଛି ଇଂଲଣ୍ଡରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପଛରେ କରୋନାର ନୂଆ ଷ୍ଟ୍ରେନ ଦାୟୀ । ବ୍ରିଟେନ ସରକାର ଭୂତାଣୁର ଏହି ନୂଆ ଷ୍ଟ୍ରେନକୁ ନିୟନ୍ତ୍ରଣ ବାହାରେ ଘୋଷଣା କରି ଚେତାବନୀ ଜାରି କରିଛନ୍ତି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ଉଡାଜାହଜ ସେବା ଉପରେ ରୋକ ଲଗାଇଛନ୍ତି ।

ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି । କରୋନାର ନୂଆ ଷ୍ଟ୍ରେନର ମାରାତ୍ମକ ସଂକ୍ରମଣକୁ ଆଖିରେ ରଖି ଜର୍ମାନୀ ସରକାର ବ୍ରିଟେନ ଓ ଆଫ୍ରିକାର ଆସୁଥିବା ବିମାନ ଉପରେ ରୋକ ଲଗାଇବା ପାଇଁ ବିଚାର ବିମର୍ଶ କରୁଛନ୍ତି । ସେହିପରି ନେଦରଲାଣ୍ଡ ଓ ବେଲଜିୟମ ପୂର୍ବରୁ ବ୍ରିଟେନରୁ ଆସୁଥିବା ବିମାନ ଓ ଟ୍ରେନ ସେବା ଉପରେ ରୋକ ଲଗାଇ ସାରିଛନ୍ତି ।