କନକ ବ୍ୟୁରୋ : ପୃଥିବୀ ପୃଷ୍ଠରେ ଅନେକ ଜ୍ୱାଳାମୁଖୀ ରହିଛି। କିଛି ଶାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜ୍ୱାଳାମୁଖୀର ଉଦ୍ଗିରଣ ସମୟ ନିକଟତର ହେଲାଣି ।ଅତୀତରେ ଇଟାଲୀର ପୋମ୍ପି ନାମକ ସହରକୁ ନଷ୍ଟ କରି ଦେଇଥବା ମାଉଣ୍ଟ ବେସୁବିୟସ ହେଉଛି ଇଟାଲୀର ପ୍ରମୁଖ ସକ୍ରିୟ ଜ୍ୱାଳାମୁଖୀ । ହେଲେ ବର୍ତ୍ତମାନ କେମ୍ପି ଫ୍ଲେଗ୍ରେରୀ ଅତି ଭୟଙ୍କର ହେବାରେ ଲାଗିଛି। ପ୍ରାୟ ୨୦୦ କିଲୋମିଟର ବିସ୍ତୃତ ଏହି ଜ୍ୱାଳାମୁଖୀ ଅଂଚଳରେ ଅନେକ ପୁରାତନ ସହର ଅବସ୍ଥାପିତ । ଏହା ଇଟାଲୀର ପ୍ରମୁଖ ସହର ନେପଲସକୁ ସଂଯୋଗ କରୁଥିବା ବେଳେ ସେଠାରେ ୨ ଟି ଦ୍ବୀପ ମଧ୍ୟ ରହିଛି ।

Advertisment

ପାଖା ପାଖି ୨୦ ବର୍ଷ ପୂର୍ବରୁ ଏହି ଅଂଚଳରେ ବିଶାଳ ଜ୍ୱାଳାମୁଖୀ ସତେଜ ଥିଲା । ହେଲେ ସମୟ ସହ ଥଣ୍ଡା ପଡିଯିବାରୁ ଲୋକ ମାନେ ବସ ବାସ ଆରମ୍ଭ କଲେ । ସେଠାରେ ଥିବା ଜ୍ୱାଳାମୁଖୀ ଯୋଗୁ କାଳଡେରା ନାମରେ ଏକ ବିଶାଳ ଗର୍ତ ରହିଛି । କିନ୍ତୁ ଥଣ୍ଡା ପଡିଯାଇଥିବା ହେତୁ ସେଠାରେ ସବୁଜିମା ସହର ଗଢି ଉଠିଛି ।

ଜ୍ୱାଳାମୁଖୀ ଅଂଚଳରେ ୮ ଲକ୍ଷର ଜନବସତି ଥିଵା ସହ ଛୋଟ ବଡ ଗାଁ, କମପ୍ଲେକ୍ସ, ବଙ୍ଗଳା ଓ ସପିଙ୍ଗ ମଲ ରହିଛି । ଅନେକ ଆଗ୍ନେୟଗିରି ପାଣି ଭିତରେ ଥିବାରୁ ସମସ୍ତେ ଏହାକୁ ସାଧାରଣ ଭାବେ ଗ୍ରହଣ କରିଥାନ୍ତି । ହେଲେ ଅନୁସନ୍ଧାନରୁ ଜଣା ଯାଉଛି କି ସେ ଭିତରୁ ପ୍ରାୟ ୫ ଲକ୍ଷ ଲୋକ ଏବେ ବିପଦ ସଂକୁଳ ଅବସ୍ଥାରେ ଅଛନ୍ତି, କାରଣ ଏହି ଘର ଓ ଜନବସତି ଗୁଡିକ ଜ୍ୱାଳା ମୁଖିର ଅତି ନିକଟରେ ରହିଛି । ଯାହା କି ନେପଲସର ୩୦ ଲକ୍ଷ ଲୋକଙ୍କୁ ମଧ୍ୟ ବିପଦରେ ପକାଇପାରେ।

୧୫୮୩ ମସିହାରେ ଶେଷଥର ପାଇଁ କେମ୍ପି ପେଲେଗ୍ରେରୀରେ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ହେଲେ ଇଟାଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଜିଓ ଫିଜିକ୍ସ ଆଣ୍ଡ ଟେକ୍ନୋଲୋଜିର ରିସର୍ଚ୍ଚ ମୁତାବକ ନିକଟରେ ଅନୁଧ୍ୟାନ କରାଯାଇଥିବା କିଛି ଭୂମିକମ୍ପ ଗତିବିଧିରୁ ନିକଟ ଅତୀତରେ ଜ୍ୱାଳାମୁଖୀ ପୁଣି ଜାଗ୍ରତ ହୋଇପାରେ ବୋଲି ଜଣା ପଡିଛି ।

ସେହି ହିସାବରେ ଚଳିତ ବର୍ଷ ବର୍ତମାନ ପର୍ୟ୍ୟନ୍ତ ୩୪୫୦ ରୁ ଅଦଜିକା ଭୁକମ୍ପ ରେକର୍ଡ କରା ଯାଇଥିବା ବେଳେ ସେ ମଧ୍ୟରୁ କେବଳ ଅଗଷ୍ଟ ମାସରେ ହିଁ ପ୍ରାୟ ୧୧୦୦ ଟି ଅନୁଭୂତ ହୋଇଛି । ଏହା ଗତ ବର୍ଷ ଠାରୁ ୩ ଗୁଣ ଅଧିକ ହୋଇଥିବା ବେଳେ ଅକ୍ଟୋବର ମାସରେ ୫୦୦ ଥର ଝଟକା ଅନୁଭବ ହେଲାଣି । ଏଣୁ ସ୍ଥାନୀୟ ବାସିନ୍ଦା ମାନେ ନିଜକୁ ଆଗାମୀ ପ୍ରାକୃତିକ ଦୁର୍ବିପାକ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।