କନକ ବ୍ୟୁରୋ : ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କ୍ରିଷ୍ଣା ରେସିଡ଼େନ୍ସି ମାଲିକ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ବଳିଆପଣ୍ଡାରେ ଥିବା କ୍ରିଷ୍ଣା ରେସିଡ଼େନ୍ସି ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଇଟାଲୀର ମହିଳା ପର୍ଯ୍ୟଟକ । ପୋଲିସ ତଦନ୍ତ ଆରମ୍ଭ କରି ହୋଟେଲ ମାଲିକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଏଭଳି ଅଭିଯୋଗ ହୋଇଥିବାରୁ ଏହା ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

Advertisment

ସୂଚନା ଅନୁସାରେ ବିଦେଶୀ ମହିଳା ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଆସିବା ପାଇଁ କିଛି ମାସ ତଳେ ଏକ ଅନଲାଇନ୍ ସାଇଟ୍ booking.com ମାଧ୍ୟମରେ ପୁରୀର କ୍ରିଷ୍ଣା ରେସିଡେନସିର ଏକ ରୁମ୍ ବୁକିଂଙ୍ଗ କରିଥିଲେ। ଏଥି ପାଇଁ ତାଙ୍କୁ ୨୪୫୦ ଟଙ୍କା ଜମା କରିବାକୁ ପଡ଼ିଥିଲା। ରୁମ୍ ବୁକିଂର କନ୍ଫରମେସନ୍ ପତ୍ର ମଧ୍ୟ ହାତରେ ଥାଇ ମଧ୍ୟ ମହିଳା ପର୍ଯ୍ୟଟକଙ୍କୁ ରୁମ୍ ମିଳି ନଥଲା। ଓଲଟା ହୋଟେଲ ମାଲିକ ଗାଳି ଦେଇଥିଲେ। ପରେ ହୋଟେଲ ପକ୍ଷରୁ ଏକ ରୁମରେ ଜିନିଷ ପତ୍ର ରଖିବା ପାଇଁ କୁହାଯାଇଥିଲା।

ପୁରୀ ପହଞ୍ଚିବା ପରେ ମହିଳା ଜଣକ ବୁଧବାର ସନ୍ଧ୍ୟା ସାଢ଼େ ୫ଟାରେ ହୋଟେଲକୁ ଯାଇଥିଲେ। କିନ୍ତୁ ହୋଟେଲରେ ସ୍ଥାନ ନ ମିଳିବାରୁ ଥାନାରେ ଯାଇ ଅଭିଯୋଗ କରି ରାତି ୯ଟାରେ ହୋଟେଲକୁ ଫେରିଥିଲେ। ସେତେବେଳକୁ ଜିନିଷପତ୍ର ଥିବା ରୁମରେ ତାଲା ପଡ଼ିଯାଇଥିଲା। ଏହା ପରେ ମହିଳା ଜଣକ ଅନ୍ୟ ଉପାୟ ନ ପାଇ ପୁଣି ଥରେ ୧୦ଟାରେ ଥାନାକୁ ଯାଇଥିଲେ। ଶେଷରେ ପୁଲିସ ହେମନ୍ତକୁ ଥାନାକୁ ଆଣି ପଚରା ଉଚରାକରୁଛି। ପୁଲିସକୁ ହେମନ୍ତ କହିଛି, booking.com ସହିତ କ୍ରିଷ୍ଣା ରେସିଡେନସିର କୌଣସି ସମ୍ପର୍କ ନାହିଁ। ୬ ମାସ ହେବ ସେମାନେ ଅନଲାଇନ୍ ସଂସ୍ଥା ସହିତ ସମ୍ପର୍କ ତୁଟାଇ ସାରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।