ଭାରତୀୟ ବାୟୁସେନାରେ ସାମିଲ୍ ହେବେ ଲଢୁଆ ବିମାନ ସୁଖୋଇ ଏବଂ ରାଫେଲ୍ ! ତ୍ରାହି ତ୍ରାହି ଡାକିବେ ଚୀନ୍ ଏବଂ ପାକିସ୍ତାନ

211

ଫ୍ରାନ୍ସରେ ଭାରତୀୟ ବାୟୁସେନା ଏବଂ ଫ୍ରାନ୍ସ ବାୟୁସେନା ମଧ୍ୟରେ ଯୁଦ୍ଧାଭ୍ୟାସ ଚାଲିଛି ଯେଉଁଥିରେ ଫ୍ରାନ୍ସର ଲଢୁଆ ବିମାନ ରାଫେଲ୍ ମଧ୍ୟ ସାମିଲ୍ ରହିଛି । ରାଫେଲ୍ ଭାରତୀୟ ବାୟୁସେନାରେ ସାମିଲ ହେବାର ଅଧିକ ସମ୍ଭାବନା ଅଛି । ଫ୍ରାନ୍ସର Mont De Marsan ରେ ଚାଲିଥିବା ଇଣ୍ଡୋ-ଫ୍ରାନ୍ସ ଯୁଦ୍ଧଭ୍ୟାସରେ ଯୁଦ୍ଧଭ୍ୟାସ ମିରାଜ ୨୦୦୦ , ସୁଖୋଇ ୩୦ ଏମକେଆଇ ଏବଂ ଅଲ୍ଫା ଜେଟ୍ ବିମାନ ମଧ୍ୟ ସାମିଲ ରହିଛି । ଭାରତୀୟ ବାୟୁସେନାର ୧୨୦ ଟି ଲଢୁଆ ବିମାନ ସଂଯୁକ୍ତ ଯୁଦ୍ଧାଭ୍ୟାସରେ ସାମିଲ ହେବା ପାଇଁ ଫ୍ରାନ୍ସ ପହଁଚିଛି । ଯେଉଁଥିରେ ସୁଖୋଇ ୩୦ ଏମକେଆଇ ବିମାନ , ସି ୧୭ ଗ୍ଲୋବମାଷ୍ଟର ମାଲବାହକ ବିମାନ ଏବଂ ଆଇଏଲ୍ ୭୮ ବିମାନ ମଧ୍ୟ ସାମିଲ୍ ରହିଛି ।

ଗରୁଡ ଯୁଦ୍ଧାଭ୍ୟାସ ସମୟରେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର୍ ଷ୍ଟାଫ୍ ଆରକେଏସ୍ ଭଦୋରିୟା ସ୍ୱୟଂ ଏହି ଲଢୁଆ ବିମାନକୁ ପରଖିଥିଲେ । ବିମାନରେ ଉଡାଣ ଭରିବା ପରେ ଆରକେଏସ୍ ଭଦୋରିୟା କହିଛନ୍ତି ରାଫେଲ୍ ଏକ ଉତ୍କୃଷ୍ଟମାନର ବିମାନ ଯାହା ଭାରତୀୟ ବାୟୁସେନାରେ ସାମିଲ୍ ହେଲେ ସେନାର ଶକ୍ତି ଦୁଇଗୁଣା ବଢିଯିବ । ରାଫେଲ୍ ଏବଂ ସୁଖୋଇ ବିମାନ ଆଗରେ ପଡୋଶୀ ଶତ୍ରୁରାଷ୍ଟ୍ର ଚୀନ୍ ଏବଂ ପାକିସ୍ତାନର ଚାଲ୍ ମଧ୍ୟ ଫିକା ପଡିବ ।