ଆହୁରି ୨୪ ଘଂଟା ବର୍ଷା ହେବ ମହାନଦୀ ଉପରମୁଣ୍ଡରେ !! ବର୍ଷା ହେଲେ ଫୁଲିବ ମହାନଦୀ, ତଳିଆ ଅଂଚଳରେ ବନ୍ୟା ସ୍ଥିତି ହୋଇପାରେ ଗମ୍ଭୀର

Advertisment
ଆହୁରି ୨୪ ଘଂଟା ବର୍ଷା ହେବ ମହାନଦୀ ଉପରମୁଣ୍ଡରେ !! ବର୍ଷା ହେଲେ ଫୁଲିବ ମହାନଦୀ, ତଳିଆ ଅଂଚଳରେ ବନ୍ୟା ସ୍ଥିତି ହୋଇପାରେ ଗମ୍ଭୀର

କନକ ବ୍ୟୁରୋ : ମହାନଦୀର ଉପର ମୁଣ୍ଡରେ ଆହୁରି ୨୪ ଘଂଟା ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଏନେଇ କନକ ନ୍ୟୁଜକୁ ସୂଚନା ଦେଲେ ଆଂଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନମୋହନ ଦାସ । ଝାଡଖଣ୍ଡ , ଛତିଶଗଡ ଓ ମଧ୍ୟପ୍ରଦେଶ ଦେଇ ଲଘୁଚାପ ବଳୟ ଗତି କରୂୁଥିବାରୁ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି ।

ଉପରମୁଣ୍ଡରେ ବର୍ଷା ଫଳରେ ମହାନଦୀ ଆହୁରି ଫୁଲିବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରେ ୧ ତାରିଖରୁ ପୁଣିଥରେ ବଢିବ ବର୍ଷା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ଅନୁମାନ କରଛିି ପାଣିପାଗ ବିଭାଗ । କେନ୍ଦୁଝର, ଗଜପତି, ମୟୁରଭଂଜ, ସୁନ୍ଦରଗଡ,ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe