ମହାନଦୀ ଉପରମୁଣ୍ଡରେ ଆହୁରି ୨୪ ଘଂଟା ବର୍ଷିବ । ତଳିଆ ଅଂଚଳରେ ପସିପାରେ ପାଣି, ଆହୁରି ଫୁଲିପାରେ ମହାନଦୀ

313

କନକ ବ୍ୟୁରୋ : ମହାନଦୀ ଉପର ମୁଣ୍ଡରେ ଆହୁରି ୨୪ ଘଂଟା ବର୍ଷା ଆଶଙ୍କା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଝାଡଖଣ୍ଡ, ଛତିଶଗଡ ଓ ମଧ୍ୟପ୍ରଦେଶ ଦେଇ ଲଘୁଚାପ ବଳୟ ଗତି କରୁଥିବାରୁ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି । ଉପରମୁଣ୍ଡରେ ବର୍ଷା ଫଳରେ ମହାନଦୀ ଆହୁରି ଫୁଲିବାର ଆଶଙ୍କା ରହିଛି । ଅନ୍ୟପଟେ ରାଜ୍ୟରେ ୧ ତାରିଖରୁ ପୁଣିଥରେ ବଢିବ ବର୍ଷା ।

ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ଅନୁମାନ କରଛିି ପାଣିପାଗ ବିଭାଗ । କେନ୍ଦୁଝର, ଗଜପତି, ମୟୁରଭଂଜ, ସୁନ୍ଦରଗଡ, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।