କନକ ବ୍ୟୁରୋ : ବରଷକ ଥରେ ଆସିଛି ରଜ । ଅବଶ୍ୟ ପୁଣି ବର୍ଷେ ପରେ ନୂଆ ଉତ୍ସାହ ନେଇ ରଜ ପର୍ବ ଆସିଛି । ହେଲେ ଏଥର କିଛି ନିଆରା ପାଲଟିଛି । କାରଣ କୋଭିଡ ଯୋଗୁଁ ଦୁଇ ବର୍ଷ ଧରି ସର୍ବସାଧାରଣରେ ରଜ ପର୍ବ ପାଳନ ଉପରେ କଟକଣା ପରେ ଏଥର ଅନୁମତି ମିଳିଛି । ଆଉ ରଜ ପର୍ବ ମଉଜରେ ମସଗୁଲ ହୋଇପଡ଼ିଛି ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ।
ରଜ ପର୍ବ ମାନେ ରଜ ଦୋଳି । ରଜ ଦୋଳିରେ ଝୁଲି ଝୁଲି ଗୀତ ଗାଇବାର ମଜା ଏକ ନିଆରା ଅନୁଭୂତି । ନୂଆ ଡ୍ରେସ ପିନ୍ଧି ସଜେଇ ହୋଇ ସାଙ୍ଗସାଥୀଙ୍କ ମେଳରେ ରଜର ମଉଜ ପାଇଁ ସମସ୍ତେ ଯେମିତି ଆଗଭର । ହାତରେ ମେହେନ୍ଦୀ ଲାଗୁଛି । ଜଣେ ଆଉ ଜଣକ ହାତରେ ମେହେନ୍ଦୀ ଲଗାଇବା ବେଳେ ଖୁସି ଗପ ଚାଲିଛି, ଲୁଡୁ ଖେଳ ଚାଲିଛି , ତାସ୍ ମାଡ ବି ଚାଲିଛି, କବାଡ଼ି ଖେଳରେ ଗାଁ ଟୋକାଏ ବି ମାତିଛନ୍ତି, ଝିଅଙ୍କ ମଧ୍ୟରେ ପୁଚି ଖେଳର ପ୍ରତିଯୋଗିତା ବି ଚାଲିଛି ।
ସେପ୍ଣଙ୍କ ରଜ ପାନ ବିନା ରଜ ଯେମିତି ଅଧୁରା । ପାନ ଟିକେ କଳରେ ଜାକି ପାଟି ଟିକିଏ ନାଲି ନକଲେ ରଜରେ କ’ଣ ମଜା ଆସିବ ? ସେଥିପାଇଁ ରଜପାନର ପସରା ବି ଜମିଛି । ରଜ ପର୍ବ ବିଶେଷକରି ଉପକୂଳ ଓଡ଼ିଶାର ପାଳନ ହୋଇଥାଏ । ରାଜଧାନୀ ଭୁବନେଶ୍ୱରରେ ରଜ ପର୍ବର ଧୁମ୍ ମଧ୍ୟ ଦେଖିବାକୁ ମିଳିଛି । ପାତ୍ରପଡ଼ାରେ ଏକସଂଗେ ଲାଗିଛି ୧୧୧ ଦୋଳି ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ୬୫ ନମ୍ବର ୱାର୍ଡରେ ଗତ ୧୨ ବର୍ଷ ହେଲା ଏଭଳି ରଜ ଉତ୍ସବ ପାଳନ ହୋଇ ଆସୁଛି ।