ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସାରା ରାତି ବର୍ଷା : ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ, ପାହାଡ଼ିଆ ଅଂଚଳରୁ ଆଶ୍ରୟସ୍ଥଳୀକୁ କରାଗଲା ସ୍ଥାନାନ୍ତର

198

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଆଉ ବର୍ଷାକୁ ଦୃଷ୍ଟିରେ ରଖି, ପାହାଡିଆ ଅଂଚଳରୁ ୫ଶହ ଲୋକଙ୍କୁ କରାଗଲା ସ୍ଥାନାନ୍ତର । ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ସମସ୍ତ କେନ୍ଦ୍ରରେ କର୍ମଚାରୀଙ୍କୁ ନିୟୋଜିତ ରହିଛନ୍ତି ।

ଅଧିକ ବୃଷ୍ଟିପାତ ଯୋଗୁଁ ତଳିଆ ଅଂଚଳରେ ପାଣି ଜମିବା ସହ ଚାଷ ଜମି ପାଣି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ପୂର୍ବରୁ ପାହାଡିଆ ଅଂଚଳରେ ଭୂସ୍ଖଳନ ଭଳି ସ୍ଥିତି ଉପୁଜିବାକୁ ନେଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।